ନବବଧୂର ଝୁଲନ୍ତା ଶବ ଉଦ୍ଧାର, ୩ ଅଟକ

11

Get real time updates directly on you device, subscribe now.

ଭଦ୍ରକ ( ସଂଘର୍ଷ ମିଡିଆ ) : ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅନ୍ତର୍ଗତ ବଡ଼ ଓସ୍ତିଆ ପଞ୍ଚାୟତ ର ପଣସ ପଡା ଗ୍ରାମରେ ଜଣେ ନବବିବାହିତା ମହିଳା ବେକରେ ଫାଶୀ ଦେଇ ମୃତ୍ୟୁ ବରଣ କରିଥିବାର ଜଣାପଡିଛି । ମୃତ ମହିଳାଙ୍କ ପରିବାର ତାଙ୍କ ଝିଅକୁ ମାରିଦେଇଥିବାର ଚାନ୍ଦବାଲି ଥାନାରେ ଅଭିଯୋଗ କରିଛନ୍ତି ।ବିବରଣୀରୁ ପ୍ରକାଶ ଏହି ଗ୍ରାମର ହରିହର ମହାନ୍ତି ଙ୍କ ପୁଅ ଶରତ ମହାନ୍ତି ତୋଟାପଡ଼। ପଞ୍ଚାୟତର ମାଣିପୁର ଗ୍ରାମର ବୁଦ୍ଧଦେବ ନାୟକଙ୍କ ଝିଅ ସୁଜାତାଙ୍କୁ ୨୦୧୯ ମସିହା ଜୁଲାଇ ମାସରେ ବୈଦିକ ରୀତିରେ ବିବାହ କରିଥିଲେ । ହେଲେ ବିଭିନ୍ନ ସମୟରେ ଶ୍ଵଶୁର ଘର ତରଫରୁ ଅଧିକ ଯୌତୁକ ପାଇଁ ମାନସିକ ନିର୍ଯ୍ୟାତନା ଦିଆଯାଉଥିବାର ଅଭିଯୋଗ କରିଛନ୍ତି ଝିଅର ପରିବାର ଲୋକ । ତେବେ ଆଜି ବେକରେ ରଶିଲଗାଇ ଝୁଲୁଥିବାର ଦେଖିବାକୁ ମିଳିଥିଲା ।ଶ୍ଵଶୁର ଘର ପରିବାର ତରଫରୁ ଉଭୟ ପୁଲିସ ଓ ମୃତ ସୁଜାତାର ବାପ ଘରକୁ ଖବର ଦିଆ ଯାଇଥିଲା । ଖବର ପାଇ ଚାନ୍ଦବାଲି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ କରିବାକୁ ପଠାଇଥିଲା । ମୃତ ସୁଜାତାଙ୍କ ପରିବାରର ଏତଲା ମୂଳେ ଥାନାରେ ୪ ଜଣ ଙ୍କ ନାମରେ ମାମଲା ରୁଜୁ କରିଛି ପୋଲିସ । ଶ୍ଵଶୁର ଶାଶୁ ଓ ନଣନ୍ଦଙ୍କୁ ପୁଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More