ଜଗତସିଂହପୁର( ସଂଘର୍ଷ ମିଡିଆ ) : ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଜିରାଇଲୋ ପଞ୍ଚାୟତ ଏକ ଘରିଆ ଗ୍ରାମ ପୋଲ ନିକଟରୁ ନିକଟରୁ ସ୍ଥାନୀୟ ଲୋକଙ୍କଦ୍ୱାରା ଏକ ନବଜାତ ଶିଶୁକନ୍ୟା ଉଦ୍ଧାର କରାଯାଇ ଏରସମା ମେଡିକାଲରେ ଭର୍ତି କରାଯାଇଥିଲା।ପରେ ଖବର ପାଇ ଚାଇଲଡ଼ ଲାଇନ ସାଂଯୋଜକ ନରେଶ ଗୋଛୟତ, ସଦସ୍ୟା ପଦ୍ମିନୀ ସାହୂ ପହଞ୍ଚି ଶିଶୁ କନ୍ୟାକୁ ଉଧାରକରି ଜିଲ୍ଲା ଶିଶୁମଙ୍ଗଳ ସମିତି କୁ ହସ୍ତାନ୍ତର କରିଥିଲେ।ଶିଶୁମଙ୍ଗଳ ସମିତି ପକ୍ଷରୁଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ତ୍ୟ ଅବସ୍ଥା ପରୀକ୍ଷା ପାଇଁ ନବଜାତକ କନ୍ୟା ସନ୍ତାନକୁ ଭର୍ତିକରାଯାଇଛି। ନବଜାତକ କନ୍ୟା ସନ୍ତାନ ର କୌଣସି ପରିଚୟ ମିଳିପାରିନାହିଁ।ଜନସାଧରଣ ରେ ଏହା ହେଉଛି ଅବୈଧ ଗର୍ଭସ୍ଥ ଶିଶୁକନ୍ୟା ବୋଲି ଚର୍ଚ୍ଚାର ଵିଷୟ ପାଲଟିଛି ।ଜଗତସିଂହପୁର ରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ।