ଦୋକାନ ସଟର ଭାଙ୍ଗି ଚୋରି ଅଭିଯୋଗ

13

Get real time updates directly on you device, subscribe now.

କଳାହାଣ୍ଡି ( ସଂଘର୍ଷ ମିଡିଆ ) : କଳାହାଣ୍ଡି ଜିଲ୍ଲା କଳାମୁଣ୍ଡା ବୁକ୍ଲ ସଦର ଟାଉନରେ ସଟର ଭାଙ୍ଗି ନଗଦ ୪୦ ହଜାର ଟଙ୍କା ସହ ତିନ କମ୍ପୁଟର ଓ କିଛି ଜରୁରୀ ସାମାନ ଚୋରି ହୋଇଥିବା କଳାମୁଣ୍ଡା ପାଣ୍ତିରେ ଲିଖିତ ଅଭିଯୋଗ କରିଛନ୍ତି ମୁକେଶ ସାହୁ । ତାଙ୍କର ଜନସେବା କେନ୍ଦ୍ର ରେ ଛୋଟ ମୋଟ କାମ ହୋଇଥାଏ । ସବୁ ଦିନ ଭଳି ସେ ଆଜି ସକାଳେ ମଧ୍ୟ ଦୋକାନ ଖୋଲିବା ପାଇଁ ଆସିଥିଲେ କିନ୍ତୁ ଦୋକାନ ଘର ସଟର ଭଙ୍ଗା ଅବସ୍ଥା ଦେଖି ତାଙ୍କ ମୁଣ୍ଡ କିଛି କାମ କରିନଥିଲା । ଦୁବୃର୍ତ୍ତ ମାନେ ନଗଦ ୪୦ହଜାର ଟଙ୍କା ସହ ତିନ କଫୁଟର ଏବଂ କିଛି ଜରୁରୀ ସାମାନ ଲୁଟିନେଇଥିବା ସେ ଅଭିଯୋଗ କରିଛନ୍ତି । ଏସମ୍ପର୍କରେ ଖବର ପାଇ ମରାମପୁର ବ୍ଲକ୍ ଥାନା ଅଧିକାରୀ ଶ୍ରୀ ଗୋବିନ୍ଦ ଚନ୍ଦ୍ର ମାଝି କଳାମୁଣ୍ଡା ଏବଂ ରିଷିଡା ଫାଣ୍ଡି ଅଧିକାରୀ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ଓ ଆଖପାଖ ର CCTV ଫୁଟେଜରୁ ଅନୁଧ୍ୟାନ କରି ଏହାର ଆହୁରି ତଦନ୍ତ କରିଲେ ଜଣାପଡିବ ବୋଲି ଥାନା ଅଧିକାରୀ ସୁଚନା ଦେଇଛନ୍ତି ।ଲକ୍ ଡାଉନ୍ ସମୟ ଦେଖି ଚୋର ମାନେ ଦିନକୁ ଦିନ କଳାମୁଣ୍ଡା ବୁକ୍ଲ ତଥା ମ ରାମପୁର ବ୍ଳକ ଅଞ୍ଚଳରେ ଚୋର ଡକାୟତି ଚାଲିଥିବାରୁ ପୋଲିସର ନାଇଟ୍ ପେଟ୍ରୋଲିଂ କରିବା ପାଇ ସାଧାରଣରେ ଦାବି ହେଉଛି । କଳାହାଣ୍ଡି ଜିଲ୍ଲାରୁ କେମେରା ମ୍ୟାନ ରାଜେଶଙ୍କ ସହିତ ଭିଷ୍ମ ସାହୁଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More