ଦୋକାନରୁ ମୃତ ଶରୀର ଉଦ୍ଧାର, ହତ୍ୟା ସନ୍ଦେହ

10

Get real time updates directly on you device, subscribe now.

ଭଦ୍ରକ( ସଂଘର୍ଷ ମିଡିଆ ) : ଦୋକାନ ଭିତରୁ ସନ୍ଦେହ ଜନକ ଅବସ୍ଥାରେ ମୃତ ଶରୀର ଉଦ୍ଧାର ହୋଇଛି । ମୃତ ବ୍ୟକ୍ତି ଜଣକ ହେଲେ ଭଦ୍ରକ ଗ୍ରାମାଂଚଳ ଥାନା ଦୈସିଂ ଗ୍ରାମର ସାଧୁ ଚରଣ ମୁଣ୍ଡା । ସୂଚନା ଅନୁଯାୟୀ, ସାଧୁ ମୁଣ୍ଡା ଗାଁରେ ଏକ ଦୋକାନ କରିଥିଲେ । ଗତକାଲି ରାତିରେ ଦୋକାନ ବନ୍ଦ କରି ଘରକୁ ଯାଇନଥିଲେ । ଆଜି ସକାଳୁ ତାଙ୍କ ଦୋକାନ ଭିତରେ ସାଧୁଙ୍କର ରକ୍ତାକ୍ତ ମୃତ ଶରୀର ପଡ଼ିଥିବା ଦେଖିବାକୁ ପାଇଥିଲେ ପରିବାର ଲୋକ । ବେକରେ କ୍ଷତ ଚି଼ହ୍ନ ସହ ଶରୀରର ବିଭିନ୍ନ ସ୍ଥାନରେ ରକ୍ତ ଲାଗିଥିବା ଦେଖିବାକୁ ମିଳିଛି । ତାଙ୍କୁ କେହି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ଏହା ହତ୍ୟା ନା ଆଉ କେଉଁ କାରଣରୁ ମୃତ୍ୟୁ ହେଲା ତାହା ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More