ନୂଆଦିଲ୍ଲୀ ( ଏଜେନ୍ସି ) : ନୂଆଦିଲ୍ଲୀର ନିହାଲ ବିହାର ଅଞ୍ଚଳରୁ ରବିବାର ଏକ ଆଶ୍ଚର୍ୟ୍ୟଜନକ ଘଟଣା ସାମ୍ନାକୁ ଆସିଛି। ନିହାଲ ବିହାରର ଏକ ଘରେ ଜଣେ ମହିଳା ଏବଂ ତାଙ୍କର ଦୁଇ ପିଲାଙ୍କୁ ହତ୍ୟା କରାଯାଇଛି। ଏହି ଟ୍ରିପଲ ହତ୍ୟା ମାମଲାରେ ମହିଳାଙ୍କ ସ୍ୱାମୀଙ୍କୁ ପୁଲିସ ସନ୍ଦେହ କରୁଛି। ପୁଲିସ ବର୍ତ୍ତମାନ ଘଟଣାର ତଦନ୍ତ କରୁଥିବା ଜଣାପଡିଛି।