ଯାଜପୁର ( ସଂଘର୍ଷ ମିଡିଆ ) : ଯଦି ସାଧାରଣ ଲୋକ ଟିଏ ପ୍ରଶ୍ନ କରୁଛି ତ ମିଳୁଛି ପୋଲିସ୍ ର ଧମକ, ଆଉ ଧମକ ଦେଉଛନ୍ତି ଖୋଦ ଆଡିସନାଲ ତହସିଲଦାର l ଏପରି ଦବଙ୍ଗ ଗିରି ଦେଖାଉଛନ୍ତି ବଡଚଣା ବ୍ଲକ ଅନ୍ତର୍ଗତ ଦର୍ପଣ ତହସିଲର ଆଡିସନାଲ ତହସିଲଦାର । ସୂଚନା ଥାଉକି ବଡ଼ଚଣା ବ୍ଲକ ଦର୍ପଣ ତହସିଲ ଅନ୍ତର୍ଗତ ଗଡ଼ଜିତ ଗ୍ରାମର ପ୍ରଦୀପ କୁମାର ସାହୁ ୨୦୧୫ମସିହା ରୁ ଏକ ଜମି ର ମିଉଟେସନ କେସ ନଂ ୯୯୩/୨୦୧୫ ଅନୁଯାୟୀ ଦିର୍ଘ ପାଞ୍ଚ ବର୍ଷ ହେଲା ଏ ଅଫିସ ରୁ ସେ ଅଫିସ ର ଦ୍ୱାରସ୍ଥ ହୋଇ ଥିଲେ ସୁଦ୍ଧା କୌଣସି ସୁଫଳ ମିଳି ପାରି ନାହିଁ l ତାଙ୍କ କହିବାନୁସାରେ ତହସିଲଦାର, ରେକଡ଼ ରୁମ୍ ଓ ରେକଡ଼ ରୁମ୍ ରୁ ଆଡିସନାଲ ତହସିଲଦାର ଙ୍କୁ ଏହାର କାରଣ ପଚାରିବାରୁ ସେ ରାଗି ଯାଇ ପୋଲିସ ରେ ଦେବା ପାଇଁ ଧମକ ଦେବା ସହ କବାଟ ବନ୍ଦ କରି ରଖିଥିଲେ l ଏଥିରୁ ସ୍ପଷ୍ଟ ବାରିହୋଇ ପଡୁଛି ଯେ ସାଧାରଣ ଲୋକ ଟିଏ ପ୍ରଶାସନିକ ଅଧିକାରୀଙ୍କୁ କୌଣସି ଅଭିଯୋଗ କରି ପାରିବ ନାହିଁ l ଏଠି ତହସିଲ୍ ବିଭାଗ ମୋ ସରକାର କିପରି ଭାବରେ ପାଳନ କରୁଛି ତାହା ଠିକ୍ ଅନୁମେୟ । ଏଠାରେ ମୋ ସରକାର କେବେ ଫଳପ୍ରଦ ହେବ ଆଉ କେବେ ସାଧାରଣ ଜନତାଙ୍କ ଉପରେ ଅଫିସର ଙ୍କ ଜୁଲମ୍ ଚଳିବ ନାହିଁ ଦେଖିବାକୁ ବାକି ରହିଲା । ଯାଜପୁରରୁ ଚିତ୍ତରଞ୍ଜନ ସିଂହ ଙ୍କ ରିପୋର୍ଟ୍, ସଂଘର୍ଷ ନ୍ୟୁଜ୍