ତୀର୍ତ୍ତୋଲ ଉପନିର୍ବାଚନ ପାଇଁ ଦଳବଦଳ ରାଜନୀତି ଉଷ୍ମତା ବୃଦ୍ଧି

27

Get real time updates directly on you device, subscribe now.

ଜଗତସିଂହପୁର ( ସଂଘର୍ଷ ମିଡିଆ ) : ଜଗତସିଂହପୁର ଜିଲ୍ଲା ତୀର୍ତ୍ତୋଲ ବିଧାନସଭା ଉପନିର୍ବାଚନ ଯେତିକି ପାଖେଇ ଆସୁଛି ଦଳବଦଳ ରାଜନୀତି ସେତିକି ଉଷ୍ମତା ଆଣିଛି । ସୂଚନାରୁ ପ୍ରକାଶ ଜେ ରାଜ୍ୟ ପିସିସି ଅନୁସୂଚିତ ସେଲର ଆବାହକ ତଥା ତୀର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳର ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର କୁମାର ମଲ୍ଲିକ କଂଗ୍ରେସ ଦଳ ଛାଡିବା, କଂଗ୍ରେସକୁ ଏକ ଶକ୍ତ ଝଟକା ଲାଗିଥିବା ସାଧାରଣରେ ଚର୍ଚ୍ଚା ଯୋର ଧରିଛି । ଦଳ ଛାଡ଼ିବା ସମ୍ପର୍କରେ ବରିଷ୍ଠ କଂଗ୍ରେସ ନେତା ଶ୍ରୀ ମଲ୍ଲିକଙ୍କ ପ୍ରତିକ୍ରିୟା ନେବାରେ ସେ କହିଥିଲେ କଂଗ୍ରେସ ଅଣଦେଖା କରିବାରୁ ଦଳ ପରିତ୍ୟାଗ କରିଛି ୨୦ବର୍ଷ ଶାସନ କାଳରେ ମାନ୍ୟବର ମୁଖ୍ୟମନ୍ତ୍ରୀ ତୀର୍ତ୍ତୋଲ ବାସୀଙ୍କ ପାଇଁ ଅନେକ ବିକାଶ ମୂଳକ କାର୍ଯ୍ୟକରିଛନ୍ତି । ଦଳରୁ ଯିଏ ଟିକେଟ ପାଉ ସେ ବହୁ ଭୋଟରେ ଜିତିବ ବୋଲି କହିଛନ୍ତି । ତେବେ ଶ୍ରୀ ମଲ୍ଲୀକ ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ମୁଦୁଲି, ଜିଲା ପର୍ଯ୍ୟବେକ୍ଷକ ଦେବାଶିଷ ସାମନ୍ତରାୟ, ସାଂସଦ ରାଜଶ୍ରୀ ମଲ୍ଲିକ,ପ୍ରମୁଖ ବିଜେଡିର ତୁଙ୍ଗ ନେତା ମାନେ ଉପସ୍ଥିତରେ ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ଯୋଗଦେଇଥିଲେ। ତେବେ ଦେବେନ୍ଦ୍ର କୁମାର ମଲ୍ଲିକଙ୍କ ବିଜେଡିରେ ଯୋଗଦାନ ପରେ ତୀର୍ତ୍ତୋଲ ବିଜେଡ଼ି ଏକ ପ୍ରକାର ମଜବୁତ ହୋଇଥିବା ସାଧାରଣରେ ମତ ପ୍ରକାଶ ପାଇଛି। ଶ୍ରୀ ମଲ୍ଲିକଙ୍କ ସହ ତାଙ୍କର ଦୁଇ ଶହ ସମର୍ଥକ ମଧ୍ୟ ବିଜେଡିଦଳରେ ସାମିଲ ହୋଇଛନ୍ତି।ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More