ତମ୍ବା ପଇସା କାରବାରକୁ ନେଇ ହତ୍ୟାକାଣ୍ଡ

9

Get real time updates directly on you device, subscribe now.

ନୂଆପଡ଼ା( ସଂଘର୍ଷ ମିଡିଆ ) : ନୂଆପଡ଼ା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ହଲପାପାଲି ଗ୍ରାମ ନିକଟସ୍ଥ ବଙ୍ଗାଘାଟି ନାଳରୁ ୨ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତକ ୨ଜଣ ହେଲେ ଲଖନା ଥାନା ଘାଟିପଡାର ୨୩ବର୍ଷୀୟ ଯୁବକ ପିଣ୍ଟୁ ସାହୁ ବୋଲି ଜଣାପଡ଼ିଥିବା ବେଳେ ଅନ୍ୟ ଜଣକ କୋମନା ଥାନା ରେଙ୍ଗାବାହାଲ ଗ୍ରାମର ୪୫ବର୍ଷୀୟ ବ୍ୟକ୍ତି ପଦ୍ମନ ମାଝୀ ବୋଲି ଜଣାପଡିଛି । ସୂଚନା ମତେ ହନୁମାନ ଛାପ ଥିବା ଟଙ୍କା ଡିଲ କରିବାକୁ ଯାଇ ଏହି ଦୁଇଜଣ ଗତ ୧୫ତାରିଖ ଦିନ ୨ଲକ୍ଷ ଟଙ୍କା ଧରି ବଙ୍ଗାଘାଟିକୁ ଯାଇ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଥିଲା । ଆଜି ସୁନାବେଡା ଅଭୟାରଣ୍ୟ ବଙ୍ଗାଘାଟି ନାଳରେ ନିଖୋଜ ହୋଇଥିବା ପିଣ୍ଟୁ ଓ ପଦ୍ମନଙ୍କ ମୃତ ଶବ ଭାସୁଥିବା ଅବସ୍ଥାରେ ଗ୍ରାମବାସୀ ମାନେ ଦେଖିବାକୁ ପାଇଥିଲେ। ଘଟଣାର ଖବର ପାଇ ନୂଆପଡା ଏସଡିପିଓଙ୍କ ନେତୃତ୍ୱରେ କୋମନା ଥାନା ଅଧିକାରୀ ଓ ତରବଡ଼ ଫାଣ୍ଡି ଅଧିକାରୀ ଘଟଣା ସ୍ଥଳକୁ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ନୂଆପଡ଼ା ଜିଲ୍ଲାରୁ ହେରାମ୍ବ ବାଗ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More