ଡାୟାଲିସିସ ୟୁନିଟ ଓ ଅଟୋ ଆନାଲାଇଜର ଉଦଘାଟିତ

17

Get real time updates directly on you device, subscribe now.

ଜଗତସିଂହପୁର ( ସଂଘର୍ଷ ମିଡିଆ ) : ଜଗତସିଂହପୁର ଜିଲାମୁଖ୍ୟଚିକିତ୍ସାଳୟ ରେ ଡ଼ାୟାଲିସିସ ୟୁନିଟ ଓ ଅଟୋଆନାଇଜର ଉଦଘାଟିତ ହୋଇଯାଇଛି।ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଉଦ୍ଘାଟକ ଭାବେ ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧକ୍ଷ ପ୍ରଶାନ୍ତ କୁମାର ମୁଦୁଲି,ଅତିଥିଭାବେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।କହିଥିଲେ ପୁର୍ବରୁ ୩ଟି ଡାୟଲୀସିସ ମେସିନ ଥିଲା ଏବେ ୬ଟି ମେସିନ କୁ ଵୃଦ୍ଧି ପାଇଛି ଯାହାକି ରୋଗୀମାନେ ଆଉ ଅସୁବିଧା ର ସମୁଖୀନ ହେବେନାହଁ।ସେହିପରି ଅଟୋ ଆ ନାଳାଇଜର ମେସିନ ଦ୍ୱାର ସମସ୍ତ ପରୀକ୍ଷା ଶୀଘ୍ର ହୋଇପାରିବ।ରୋଗୀମାନେ ବିଭିନ୍ନ ପରୀକ୍ଷା ପାଇଁ ଆଉ ଘଣ୍ଟା ଘଣ୍ଟା ଅପେକ୍ଷା କରିବେ ନାହିଁ ବୋଲି କହିଥିଲେ।ଏହି ଉତ୍ସବରେ ଜିଲ୍ଲା ମୁଖ୍ୟଚିକିତ୍ସାଅଧିକାରୀ ଡ଼.ବିଜୟା ପଣ୍ଡା,ଏଡିଏମଓ ଡ଼.ଲାଲମୋହନ ରାଉତ ରାୟ, ଡିପିଏଚ ଡ଼.ଶତୃଘ୍ନ ଦାସ,ଏଡ଼ିପିଏଚଓ ଡ଼.କ୍ଷେତ୍ରବାସୀ ଦାଶ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ, ପୌରପରିସଦ ନିର୍ବାହୀଅଧିକାରୀ ବିମଳ କୁମାର ଲେଙ୍କା,ଡିପିଏମ ଚକ୍ରଧର ଜେନା,ପ୍ରଜନନ ସିସୁସ୍ବାସ୍ଥ୍ୟ ଡେପୁଟୀ ମ୍ୟାନେଜେର ସୁକାନ୍ତ କୁମାର ପ୍ରଧାନ, ହସ୍ପିଟାଲ ମ୍ୟାନେଜେର ଶକ୍ତିମୟୀ ସାମଲ ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।ଜଗତସିଂହପୁର ରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More