ଟ୍ରକ୍ ଭର୍ତ୍ତି ଗଞ୍ଜେଇ ଜବତ, ୪ ଅଭିଯୁକ୍ତ ଗିରଫ

19

Get real time updates directly on you device, subscribe now.

କୋରାପୁଟ ( ସଂଘର୍ଷ ମିଡିୟା ) : ଚୋରା ଚାଲାଣ ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ନଗଦ ୩ ଲକ୍ଷ ୧୦ ହଜାର ଟଙ୍କା ଜବତ କରିଛି ଜୟପୁର ସଦର ପୋଲିସ । ଜବତ ଗଞ୍ଜେଇର ପରିମାଣ ୯୩୭ କିଲୋ ହେବ । ଏହାର ଆନୁମାନିକ ମୂଲ୍ୟ ୫୦ଲକ୍ଷ ଟଙ୍କା ହେବ ବୋଲି କହିଛନ୍ତି ଜୟପୁର ଏସଡିପିଓ । ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏହାସହ ଗଞ୍ଜେଇ ଚାଲାଣ ହେଉଥିବା ଗୋଟିଏ ଟ୍ରକ୍, ଗୋଟିଏ ବୋଲେରୋ ସହ ୭ଟି ମୋବାଇଲ କିଛି ଟଙ୍କା ମଧ୍ୟ ଜବତ ହୋଇଛି । ଗଞ୍ଜେଇ ସବୁ କୋରାପୁଟ ଲମତାପୁଟ ଅଞ୍ଚଳରୁ ବିହାର ଚାଲାଣ ହେଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଜୟପୁର ପାତ୍ରପୁଟ ନିକଟରେ ଏମାନଙ୍କୁ କାବୁ କରିଥିଲା ପୋଲିସ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More