ଟିୟୁସନସାରି ଘରକୁ ଫେରୁଥିବା ବେଳେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଧର୍ଷଣ ଉଦ୍ୟମ ଅଭିଯୋଗ

15

Get real time updates directly on you device, subscribe now.

ଗଞ୍ଜାମ ( ସଂଘର୍ଷ ମିଡିଆ ) : ଏନେଇ ଛାତ୍ରୀଙ୍କ ମାଆଙ୍କ ପକ୍ଷରୁ ରମ୍ଭା ଥାନାରେ ହୋଇଛି ଏତଲା ଦିଆଯାଇଛି । ଏଭଳି ଘଟଣା ଦେଖିବକୁ ମିଳିଛି ଗଂଜାମ ବ୍ଲକ ଅନ୍ତର୍ଗତ ମଠମକୁନ୍ଦ ପୁର ଗ୍ରାମରେ । ଯାହାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ପଞ୍ଚାୟତର ମଠମୁକୁନ୍ଦଗ୍ରାମର କୈଳାଶ ଚନ୍ଦ୍ର ମୁଦୁଲିଙ୍କ ଦଶମ ଶ୍ରେଣୀ ପାଠ ପଢୁଥିବା ଝିଅ ସବୁଦିନ ପରି ଆଜି ମଧ୍ୟ ସକାଳ ନଅ ଘାଣ୍ଟ ସମୟରେ ସୁବଳୟା ଗ୍ରାମରୁ ଟିୟୁସନ ସାରି ସାଇକେଲରେ ଘରକୁ ଫେରୁଥିଲା । କଣ୍ଟାପଡା ଛକଠାରୁ ପାଲୁର ରୋଡ଼ରେ ମଠମୁକୁନ୍ଦ ଗ୍ରାମର ଯୁବକ ବରୁଣ ନାହାକ ଛାତ୍ରୀକୁ ଏକୁଟିଆ ଦେଖି ବିଲମାଳକୁ ଟେକିନେଇ ଧର୍ଷଣ ଉଦ୍ୟମ କରୁଥିଲେ । ଏହି ସମୟରେ ଛାତ୍ରୀଙ୍କ ପାଟି ଶୁଣି ବିଲରେ କାମ କରୁଥିବା ନିରଞ୍ଜନ ପ୍ରଧାନ ଦୌଡ଼ି ଆସିଛାତ୍ରୀକୁ ଉଦ୍ଧାର କରିଥିଲେ । ଫଳରେ ଘଟଣା ସ୍ଥଳରୁ ବଳାତ୍କାର ଉଦମ୍ୟ କରୁଥିବା ବରୁଣ ଖସିପଳାଇଥିବା ବେଳେ ସ୍ଥାନୀୟଲୋକେ ଦୌଡିଯାଇ କାବୁକରି ପୋଲିସକୁ ହସ୍ତାନ୍ତର କରିଥିଲେ । ଏନେଇ ପଡିତା ଙ୍କ।ମାଆ ରମ୍ଭା ଥାନାରେ ଏତେଲା ଦେଇଥିବା ବେଳେ , ପୋଲିସ ତଦନ୍ତ ଆରମ୍ଭ ଜୋର୍ କରିଛି। ଏନେଇ ପିଡିତା ଛାତ୍ରୀଙ୍କ ମାଆ ଓ ଉଦ୍ଧାର କରିଥିବା ଯୁବକ ନିଜର ପ୍ରତିକ୍ରିୟା ରଖିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More