ନୂଆଦିଲ୍ଲୀ ( ଏଜେନ୍ସି ) : ଲକଡାଉନ ସମୟରେ ଲୋକଙ୍କୁ ଘରେ ରହିବା ପାଇଁ ଅନୁରୋଧ କରାଯାଉଛି । ତେଣୁ ଘରେ ସେମାନଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇ ଦେବା ପାଇଁ ବିଭିନ୍ନ ଲୋକପ୍ରିୟ ଧାରାବାହିକ ଦୂରଦର୍ଶନରେ ପ୍ରସାରଣ କରାଯାଉଛି । ପୌରାଣିକ ଧାରାବାହିକ ‘ରାମାୟଣ’, ଟେଲିଭିଜନ ଇତିହାସରେ ରେକର୍ଡ ସୃଷ୍ଟି କରିଛି । ଟିଆର୍ପି ଦୌଡରେ ନିଜର ରେକର୍ଡ ଭାଙ୍ଗିଛି ରାମାୟଣ । କେବଳ ସେତିକି ନୁହେଁ ଏହା ବିଶ୍ୱ ରେକର୍ଡ ମଧ୍ୟ କରିଛି । ଧାରାବହିକ ‘ରାମାୟଣ’କୁ ଏପ୍ରିଲ ୧୬ରେ ପାଖାପାଖି ୭.୭ କୋଟି ଦର୍ଶକ ଦେଖିଥିବା ଜଣାପଡିଛି। ଯାହା ବିଶ୍ୱର ଅନ୍ୟ ସମସ୍ତ ଶୋ’ଠାରୁ ସର୍ବାଧିକ। ସବୁଠାରୁ ବଡକଥା ହେଲା ଟିଆର୍ପିରେ ହଲିଉଡ୍ର ସବୁଠାରୁ ଲୋକପ୍ରିୟ ଶୋ’ ‘ଗେମ ଅଫ୍ ଥ୍ରୋନ୍ସ’କୁ ବି ପଛରେ ପକାଇ ଦେଇଛି ଏହି ଧାରାବାହିକ ।