ନୂଆପଡା ( ସଂଘର୍ଷ ମିଡିଆ ) : -ସିନାପାଲି-ନୂଆପଡା ଜିଲ୍ଲା ସିନାପାଲି ଅଞ୍ଚଳରୁ ବନ୍ୟପ୍ରାଣୀ ଜୀବଜନ୍ତୁଙ୍କ ଅଙ୍ଗପ୍ରତ୍ୟଙ୍ଗ ଚୋରା ଚାଲାଣ ବେଲେ ଛତିଶଗଡ଼ ପ୍ରସାଶନ ଚଢାଉ କରି ଅନେକ ଥର ମାଫିଆ ମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ ଆଜି ସିନାପାଲି ବନ ବିଭାଗ ଚଢାଉ କରି ସିନାପାଲି ସହର ମଧ୍ୟରୁ ୨ଜଣ ବ୍ୟବସାୟୀ ଓ ବନ୍ୟଜନ୍ତୁ ଙ୍କ ବାଘନଖ ବଜ୍ରକାପ୍ତି ତଥା ବିଭିନ୍ନ ସାମଗ୍ରୀ ଜବତ କରିବା ରେ ସଫଳ ହୋଇଛି। ଆଜି ଦିନ ୨ପ୍ରହରରେ ସିନାପାଲି ସହରରେ ବିକ୍ରୟ ପାଇଁ ବୁଲୁଥିବା ୨ଜଣ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଆଜାଦ ରାଜପୁତ (୨୯) ରାହୁଲ ରାଜବାଡା (୪୧) । କର୍ଣ୍ଣାଟକ ରାଜ୍ୟର ବାଙ୍ଗାଲୋର ସହରରୁ ଆସି ଭବାନିପାଟଣା ସହର ନିକଟସ୍ଥ ଡଙ୍ଗରିପଡାରେ ବସତି ସ୍ଥାପନ କରି କଲାହାଣ୍ଡି ,ନୂଆପଡା, ବଲାଙ୍ଗିର ସମେତ ସୀମାନ୍ତ ଛତିଶଗଡ଼ ଅଞ୍ଚଳ ର ବିଭିନ୍ନ ଗାଁଗଣ୍ଡା ରେ ଏହି ଚୋରା ବେପାର କରୁଥିବା ଜଣାପଡିଛି। ଆଜି ସିନାପାଲି ବନ ବିଭାଗ ଓ ପୋଲିସ କୌଣସି ସୁତ୍ରରୁ ଖବର ପାଇ ସିନାପାଲି ସହରର ରାବଣ ଛକ ନିକଟରେ ବିକ୍ରୀ କରୁଥିବା ବେଲେ ଅଭିଯୁକ୍ତ ଦୟଙ୍କୁ କାବୁ କରି ସିନାପାଲି ଥାନା ଓ ପରେ ସିନାପାଲି ବନ ବିଭାଗ କୁ ସ୍ଥାନାନ୍ତର କରାଯାଇ ପଚରା ଉଚରା ଚାଲିଛି। ଏସମ୍ପର୍କରେ ଖଡିଆଳ ଉପବନଖଣ୍ଡ ଅଧିକାରୀ ଜୟରାମ ଶବର ପହଞ୍ଚି ଘଟଣାର ତଦନ୍ତ ଚାଲିଛି। ପ୍ରକୃତରେ ବାଘନଖ ଓ ବଜ୍ରକାପ୍ତା ନା ନାହି ତାହାର ସତ୍ଯତା ଜାଣିବା ପାଇଁ ପ୍ରକ୍ରିୟା ଯାରି ରହିଛି ବୋଲି ପ୍ରକାଶ କରିଥିଲେ। ସିନାପାଲି ବନ ବିଭାଗ ଫରେଷ୍ଟର ଖଗେଶ୍ୱର ମାଝି, ସିନାପାଲି ପୋଲିସ ଏସଆଇ କୁଲମଣି ବୁରଦା, ସମେତ ଅନେକ ଅଧିକାରୀ ଚଢାଉ ରେ ସାମିଲ ରହି ବନ୍ୟ ସାମଗ୍ରୀ ଜବତ କରିବା ସହ ୨ ଅଭିଯୁକ୍ତ ଙ୍କୁ ଗିରଫ କରି ପଚରାଉଚରା ଜାରି ରହିଛି। ବନ୍ୟପ୍ରାଣୀ ଅଧିନିୟମ ୧୯୭୨(୫୧) ବଲରେ ମାମଲା ର ତଦନ୍ତ ଚାଲିଥିବା ବନ ବିଭାଗ ସୁତ୍ର ରୁ ପ୍ରକାଶ। ଏଠାରେ ପ୍ରଶ୍ନ ଉଠେ ଯେ ସୁଦୁର କର୍ଣାଟକ ରାଜ୍ୟରୁ ସୀମାନ୍ତ କଲାହାଣ୍ଡି, ନୂଆପଡା, ଅଞ୍ଚଳକୁ ଆସି ଏଠାରେ ବ୍ୟବସାୟ କରି ଚାଲିଥିବା ବେଲେ ପ୍ରଶାସନ ନଯାଣିବା ସାଧାରଣରେ ପ୍ରଶ୍ନ ବାଚି ସ୍ରୁଷ୍ଟି କରିଛି। ଏହି ଘଟଣାକୁ ନେଇ ପ୍ରଶାସନ ପ୍ରକୃତ ତଦନ୍ତ କରେ ତାହେଲେ ଅସଲି ରହସ୍ୟ ଲୋକ ଲୋଚନକୁ ଆସି ପାରିବ ବୋଲି ପରିବେଶବିତ ମହଲରେ ଚର୍ଚ୍ଚା ହେଉଛି। ନୂଆପଡ଼ା ଜିଲ୍ଲାରୁ ହେରାମ୍ବ ବାଗଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।