ଜିଲ୍ଲା ସ୍ତରୀୟ ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ

76

Get real time updates directly on you device, subscribe now.

ଜଗତସିଂହପୁର ( ସଂଘର୍ଷ ମିଡିଆ ) : ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ସଦଭାବନା ସଭାଗୃହ ଠାରେ ଜିଲ୍ଲା ସ୍ତରୀୟ ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ,ଉପଜିଲ୍ଲାପାଳ ମାନସରଞ୍ଜନ ଭୋଇ,ଲୁମିନସର ରିସୋର୍ସ ପର୍ଶନ ହର୍ଷବର୍ଦ୍ଧନ ପରିଛା,ଗୋପାଳକୃଷ୍ଣ ମିଶ୍ର, ଜିଲ୍ଲାର ସମସ୍ତ ବିଭାଗର ଜନସୂଚନା ଅଧିକାରୀ, ପିଆରଆଇ ମେମ୍ବର ପ୍ରମୁଖ ଉପସ୍ଥିତ ରହି ଜନ ସୂଚନା ଅଧିକାର ଆଇନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ।ଏହା ସହିତ ଜିଲ୍ଲାରେ କରାଯାଇଥିବା ଇ ଅଫିସ ମାଧ୍ୟମରେ ସମସ୍ତ ସୂଚନା ଓ ଏହାର କାର୍ଯ୍ୟକାରିତା ଉପରେ ସମସ୍ତ ବିଭାଗ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେବା ସହିତ ସରକାର ୫ଟି ଉପରେ ଗୁରୁତ୍ୱ ପ୍ରଦାନ କରୁଛନ୍ତି।ତେଣୁ ଆର. ଟି. ଆଇ.ଓ ୫ଟି ର ଉଦେଶ୍ୟ ହେଉଛି ସ୍ୱଚ୍ଛତା।ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ପ୍ରାରମ୍ଭରେ ଅତିଥି ପରିଚୟ ଓ ସୂଚନା ଅଧିକାର ଆଇନ କର୍ମଶାଳା ର ଉଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।ଜଗତସିଂହପୁର ରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More