ଭଦ୍ରକ ( ସଂଘର୍ଷ ମିଡିଆ ) : ଭଦ୍ରକ ଗ୍ରାମାଞ୍ଚଳ ଥାନା ରାନ୍ଧିଆ ପଞ୍ଚାୟତର , କିଆଗଢ଼ିଆ ଗ୍ରାମରେ ଏକ ଜମି ବାଡ଼ି ଘଟଣାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ମାଡ ପିଟି ଲାଗି ଦୁଇଜଣଙ୍କ ମୁଣ୍ଡ ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହେଇଛନ୍ତି । ମିଳିଥିବା ତଥ୍ୟ ଅନୁଯାଇ କିଆ ଗଢ଼ିଆ ଗ୍ରାମରେ ବିଧାୟକ ପାଣ୍ଠିରୁ କିଛି ଟଙ୍କା ମଞ୍ଜୁର ହେଇଚି ଗ୍ରାମରେ ରାସ୍ତା ହେବା ପାଇଁ । କିନ୍ତୁ ଯେଉଁ ରାସ୍ତା ପାଇଁ ଟଙ୍କା ଆସିଛି ବହୁ ବର୍ଷ ଧରି ଗ୍ରାମର ଲୋକ, ସେଇ ରାସ୍ତାରେ ଯିବା ଆସିବା କରନ୍ତି । କିନ୍ତୁ ସେହି ଜାଗା ସନ୍ତୋଷ ମହାନ୍ତି ଙ୍କର ବ୍ୟକ୍ତିଗତ ପ୍ଲଟ , ଯାହା ଫଳରେ ସନ୍ତୋଷ ନିଜ ପ୍ଲଟ ରେ ରାସ୍ତା ନକରିବାକୁ ମନା କରିଥିଲେ । ଏହି ଘଟଣାକୁ କେନ୍ଦ୍ରକରି ସକାଳୁ ଗ୍ରାମାଞ୍ଚଳ ପୋଲିସ ଏବଂ ଅମିନ ଏବଂ କିଛି ଭଦ୍ରଲୋକଙ୍କ ଉପସ୍ଥିତ ରେ ଜମି ମାପ ହେବାକୁ ସ୍ଥିର ହେଇଥିଲା । ସମସ୍ତେ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ, ସେଇ ସମୟରେ ରାଜେଶ ନାମକ ଯୁବକ ହଠାତ ଉତ୍ତେଜିତ ହୋଇ ଗୋପାଳ ସ୍ୱାଇଁଙ୍କୁ ଗାଳି ଗୁଲଜ କରିଥିଲେ । ପୋଲିସ ପଳେଇ ଯାଇଥିଲେ ଘଟଣା ସ୍ଥଳରୁ । ପୋଲିସ ଗଲା ପରେ ରାଜେଶ ସ୍ୱାଇଁ ଏବଂ ତାଙ୍କ ଦାଦା ସୁଦର ସ୍ୱାଇଁ, ଏବଂ ତାଙ୍କ ଭାଇ ଚନ୍ଦନ ସ୍ୱାଇଁ, ହଠାତ ଆସି କାଠ ଫାଳିଆରେ ଅତରକିତ ଆକ୍ରମଣ କରିବାରୁ ଲକ୍ଷ୍ମୀପ୍ରିୟା ସ୍ୱାଇଁ ଏବଂ ପୁଅ ଅକ୍ଷୟ ସ୍ୱାଇଁଙ୍କ ମୁଣ୍ଡ ଫାଟି ରକ୍ତାକ୍ତ ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଭର୍ତ୍ତି କରିଥିଲେ । ଏ ନେଇ ଗ୍ରାମାଞ୍ଚଳ ଥାନାରେ ଦୁଇ ପକ୍ଷରୁ ଲିଖିତ ଅଭିଯୋଗ ହେଇଚି । ପୋଲିସ ଉଭୟଙ୍କୁ ଥାନାରେ ଅଟକ ରଖି ପରେ ଛାଡ଼ିଦେଇ ଥିବା ସୂଚନା ମିଳିଛି ।
Get real time updates directly on you device, subscribe now.