ଜବର ଦଖଲକାରୀଙ୍କ କବଳରେ ଗୋଚର ଜମି !

9

Get real time updates directly on you device, subscribe now.

କେନ୍ଦ୍ରାପଡ଼ା ( ସଂଘର୍ଷ ମିଡିଆ ) :ଆଳି ଥାନା ପତ୍ରପୁର ଗ୍ରାମପଞ୍ଚାୟତ ରାହାସରପଡା ଗ୍ରାମର ରାସ୍ତା କଡରେ ଥିବା ସରକାରୀ ଗୋଚର ଜମିକୁ କିଛି ବ୍ୟକ୍ତି ଜବର ଦାଖଲକରି ବସବାସ କରି ଆସୁଅଛନ୍ତି ।ରାଜ୍ୟ ସରକାରଙ୍କର "ଆମ ଗାଁ ଆମ ବିକାଶ "ଯୋଜନା ପ୍ରୟାସ ଜାରି ରହିଥିବାବେଳେ ରାହାସରପଡା ଗ୍ରାମ ରାସ୍ତା ସଂପ୍ରସାରଣ, ବୃକ୍ଷ ରୋପଣ କରାଇବାରେ ଜବର ଦାଖଲକାରୀ ବାଧକ ହୋଇଛନ୍ତି ।ଗ୍ରାମବାସୀ ସମୂହ ଜବର ଦାଖଲ ଉଛେଦ ଦାବିରେ ସ୍ଥାନୀୟ ପ୍ରଶାସନ ଆଧିକାରୀ ତହସିଲଦାରଙ୍କୁ ବାରମ୍ବାର ଆପତ୍ତି ଅଭିଯୋଗ କରିଆସୁଛନ୍ତି । ଅନ୍ୟପକ୍ଷରେ ଜବର ଦାଖଲକାରୀ ତହସିଲଦାରଙ୍କ ଅଗୋଚରରେ ଆର. ଆଇ ଙ୍କୁ ହାତକରି ଅବରୋଧ କେଶ ମୁତାବକ ରାଜସ୍ଵ ଦେୟ ପରିଶୋଧ କରି ବିଗତ ବର୍ଷର ପାଉତି ହାତେଇ ଜବର ଦଖଲ ନଛାଡ଼ିବାକୁ ଜିଦକରି, ଗ୍ରାମବାସୀଙ୍କ ବିରୋଧରେ ପାଲଟା ମିଥ୍ୟା ଅଭିଯୋଗ କରିଛନ୍ତି । ଜବର ଦଖଲକାରୀ ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।ଏ ଘଟଣା ସଂପର୍କରେ ତହସିଲଦାରଙ୍କୁ ପଚାରିଥିଲୁ । ଗ୍ରାମବାସୀଙ୍କ ଅଭିଯୋଗ ପାଇଥିଲେହେଁ ମହାନାରୀ କରୋନା ସମସ୍ୟା ଯୋଗୁ ବିଳମ୍ବ ହୋଇଛି!ଖୁବ ଶୀଘ୍ର କାର୍ଯାନୁଷ୍ଠାନ ଗ୍ରହଣ କରାଯିବାକୁ ପ୍ରତିଶୃତି ରଖିଛନ୍ତି ।                         

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More