ଜନ୍ମ ଦିନରେ ଟ୍ରକ ଚାପାରେ ଚାଲିଗଲା କୁନି ଝିଅର ଜୀବନ

12

Get real time updates directly on you device, subscribe now.

ନୂଆପଡା ( ସଂଘର୍ଷ ମିଡିଆ ) : ନୂଆପଡା ଜିଲା ଖଡିଆଳ ସହରର ବୋଡେନ ଛକ ତଥା ୩୫୩ ନଂ ଜାତୀୟ ରାଜପଥରେ ରବିବାର ଏକ ଟ୍ରକ ଚାପାରେ ଜଣେ ନାବାଳିକାଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ମୃତ ନାବାଳିକା ଜଣକ ହେଉଛନ୍ତି ଖଡିଆଳ ସହର ୬ ନଂ ୱାର୍ଡ ନିବାସୀ ଦିବ୍ୟ କୁମାର ଖମ୍ପରୀଆଙ୍କ ଝିଅ ବୈଷ୍ଣବୀ(୮) ବର୍ଷ ଏବଂ ଆଜି ତାଙ୍କର ଜନ୍ମ ଦିନ ବୋଲି ଜଣାପଡିଛି। ସୂଚନାମୁତାବକ ଦିବ୍ୟ ଖମ୍ପରୀଆଙ୍କ ପତ୍ନୀ ରୀତା ମିଶ୍ରା ତାଙ୍କର ସ୍କୁଟି ନଂ ଓଆର-୨୬ ଏ-୨୮୦୦ ରେ ରବିବାର ସକାଳ ୧୦ ଘଣ୍ଟା ସମୟରେ ଝିଅ ବୈଷ୍ଣବୀଙ୍କୁ ବସାଇ ପନିପାରିବା କିଣିବାକୁ ଖଡିଆଳ ସହରର ବୋଡେନ ଛକ ପଟକୁ ଯାଇଥିଲେ। ସେଠାରେ ରୀତା ମିଶ୍ରା ସ୍କୁଟିକୁ ରାସ୍ତା ସାଇଟରେ ରଖି ଝିଅଙ୍କୁ ସ୍କୁଟି ପାଖରେ ଛିଡା କରି ଜିନିଷପତ୍ର କିଣିବାକୁ ଯାଇଥିଲେ। ଏହି ସମୟରେ ଦୃତ ଗତିରେ ମିଶନ ପଟରୁ ଆସୁଥିବା ଏକ ମାଲ ବୋଝେଇ ଟ୍ରକ ନଂ ସିଜି-୦୬-ଜିଆର-୭୩୨୨ ଝିଅ ବୈଷ୍ଣବୀଙ୍କ ଉପରେ ଚଢି ଯାଇଥିଲା। ଫଳରେ ଘଟଣାସ୍ଥଳରେ ନାବାଳିକା ବୈଷ୍ଣବୀଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣା ପରେ ଲୋକେ ଟ୍ରକକୁ ଅଟକାଇ ରଖିଥିବା ବେଳେ ଟ୍ରକ ଡ୍ରାଇଭରଙ୍କ ବେପାରୁଆ ଗାଡି ଚାଳନା ସାଙ୍ଗକୁ ଅଣ ଓସାରିଆ ରାସ୍ତା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି। ଘଟଣା ସ୍ଥଳରେ ଖଡିଆଳ ପୁଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ୧୧୯/୨୦୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇ ଘଟଣାର ତଦନ୍ତ ଚଲାଇଥିବା ନେଇ ଥାନାଧିକାରୀ କୈଳାସ ଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ପୁଲିସ ଜବତ କରି ଡ୍ରାଇଭରଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। 

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More