ଛୋଟ ମୋର ଗାଁଟି

19

Get real time updates directly on you device, subscribe now.

ଛୋଟ ମୋର ଗାଁଟି

ଭୂଗୋଳ ପୋଥି-ପଛରେ ପଛେ ନଥାଉ ତାର ନାଁଟି ।

ମାଟିର ସେଇ ସରଗ ମୋର ,

ସେଇଠି ଅଛି ମୋ ଷଠୀଘର ।

ଜଳିବ ପୁଣି ସେଇଠି ଶେଷେ ମୋହରି ଚିତା ନିଆଁଟି ।

ଛୋଟ ମୋର ଗାଁଟି ।

ଜନମି ତାର ଏନ୍ତୁଡିଶାଳେ

ବୁଲିଛି କେତେ ତା ତୋଟାମାଳେ ।

ପାଞ୍ଚଟି ମୋର ପଞ୍ଜରା କାଠି,

ସେଇଠି ହେବ ଡ଼ାହାଟି ।

ଛୋଟ ମୋର ଗାଁଟି ।

ତାହାରି ଜଳ ରକତ ହୋଇ

ଶିରାରେ ବହେ ଜେସନ ନଇ,

ନିଶ୍ଵାସେ ମୋର ତାହାରି ବାୟୁ

ଜଳାଏ ପ୍ରାଣ- ନାହାଟି ।

ଛୋଟ ମୋର ଗାଁଟି ।

ତାହାରି ଫୁଲ, ଶାଗୁଆ ଲତା

କଣ୍ଠେ ମୋର ଦେଲା ସେ କଥା,

ଆଖିରେ ଦେଲା କାହାଣି ନୂଆ

ଫଗୁଣ ଭାଷା ପାହାନ୍ତି ।

ଛୋଟ ମୋର ଗାଁଟି ।

ତାହାରି ଲଟା, ତାହାରି ବଣ,

ତା” ଗାଈଗୋଠ ମୂରଲୀ ସ୍ଵନ,

ଫସଲକଟା ମଧୁର ଗାନ

ସକଳ ମୋର ସାହାଟି ।

ଛୋଟ ମୋର ଗାଁଟି ।

ଆଲୁଅ ତାର କି ମନୋହର ।

ଅନ୍ଧକାର ତା”ଠାରୁ ଭଲ ,

ଜୀବନ ପଥେ ସକଳ ତାର

ଫିଟାଏ ନୂଆ ରାହାଟି ।

ଛୋଟ ମୋର ଗାଁଟି ।

ଏସବୁ କଥା ଛବିଟି ପରି

ପ୍ରବାସେ ମନେ ଉଠଇ ଝଳି ।

ଇଚ୍ଛା ହୁଏ ମାଟିରେ ତା”ର

ଶିରଟି ଥରେ ନୂଆଁନ୍ତି ।

ଛୋଟ ମୋର ଗାଁଟି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More