ଚାଲି ଚାଲି ଘରକୁ ଯାଉଥିବା ପ୍ରବାସୀଙ୍କ ଉପରେ ଚଢ଼ିଗଲା ବସ୍‌, ୬ ମୃତ

9

Get real time updates directly on you device, subscribe now.

ଉତ୍ତରପ୍ରଦେଶ ( ଏଜେନ୍ସି ) : ଉତ୍ତରପ୍ରଦେଶର ମୁଜଫରନଗରରେ ବୁଧବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ନିଜ ଘର ବିହାରକୁ ଚାଲି ଚାଲି ଯାଉଥିବା କିଛି ଶ୍ରମିକଙ୍କ ଉପରେ ବସ୍‌ ଚଢ଼ିଯିବାରୁ ୬ ଜଣଙ୍କର ମୃତ୍ୟୁ ଘଟିଛି। ଘଲୌଲୀ ଚେକ୍‌ପୋଷ୍ଟ ନିକଟରେ ଏହି ଦୁର୍ଘଟଣା ଘଟିଛି। ଅନ୍ୟ ୪ ଶ୍ରମିକ ଏଥିରେ ଗୁରୁତର ଆହତ ହୋଇଛନ୍ତି।ମୁଜଫରନଗର-ସହାରନପୁର ରାଜ୍ୟ ରାଜପଥ-୫୯ରେ ଏହି ଶ୍ରମିକମାନେ ଚାଲି ଚାଲି ଯାଉଥିଲେ। ସେମାନେ ପଞ୍ଜାବରୁ ବିହାର ଯାଉଥିଲେ। ରାତି ପ୍ରାୟ ୧୧ଟା ୪୫ରେ ରାସ୍ତାରେ ଚାଲି ଚାଲି ଯାଉଥିବାବେଳେ ଏକ ବସ୍‌ ଶ୍ରମିକମାନଙ୍କ ଉପରେ ଚଢ଼ି ଯାଇଥିଲା। ଅନ୍ଧାର ଯୋଗୁ ଡ୍ରାଇଭର ବସ୍‌କୁ ନେଇ ଫେରାର ହୋଇଯାଇଥିଲା। ମୃତ ଶ୍ରମିକମାନେ ବିହାର ଗୋପାଳଗଞ୍ଜର ବୋଲି ଜଣାପଡ଼ିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More