ଭଦ୍ରକ ( ସଂଘର୍ଷ ମିଡିଆ ) : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଖେରଙ୍ଗ ପଂଚାୟତ ପଳାଶପୁର ଗାଁର ରତ୍ନାକର ମିଶ୍ରଙ୍କ ନାବାଳିକା ଝିଅକୁ ଅପହରଣ ଓ ଦୁଷ୍କର୍ମ ଘଟଣାରେ ବିଜୟନଗର ପଂଚାୟତର ଗୋବିନ୍ଦପୁର ଗାଁର ଅଜୟ ନାୟକଙ୍କୁ ଚାନ୍ଦବାଲି ପୋଲିସ ପୁରୀ ଜିଲ୍ଲା ନିମାପଡ଼ା ଗାଁରୁ ଗିରଫ କରି ଥାନାକୁ ଆଣିଥିଲେ । ହେଲେ ଅଭିଯୁକ୍ତ ଅଜୟ ନାୟକ ଥାନା ହାଜତରୁ ଚମ୍ପଟ ମାରିବା ପରେ ପୋଲିସ ରାତି ୩ ଟାରୁ ବିଭିନ୍ନ ସ୍ଥାନରେ ଛାପା ମାରିଥିଲେ ମଧ୍ୟ ଅଭିଯୁକ୍ତର କୈଣସି ସଂନ୍ଦାନ ପାଇପାରିନାହିଁ । ଏପଟେ ନାବାଳିକାର ଡ଼ାକ୍ତରୀ ମାଇନା ହୋଇସାରିଛି , ନାବାଳିକାର ପରିବାର ଲେକେ ଅଭିଯୋଗ ଆଣିଛନ୍ତି ପୋଲିସ ତାଙ୍କୁ ଜାଣିସୁଣି ଅଭିଯୁକ୍ତକୁ ଖସାଇ ଦେଇଛି , ଅଭିଯୁକ୍ତ ଥାନା ହାଜତରେ ଏତେ କଡ଼ା ସୁରକ୍ଷା ମଧ୍ୟରେ ରହିଥିବା ବେଳେ ହାଜତ ମଧ୍ୟରୁ ଖସି ଯାଇନାହିଁ ପୋଲିସ ଜାଣି ଶୁଣି ଅଭିଯୁକ୍ତଙ୍କୁ ଖସାଇ ଦେଇଛି ପୋଲିସ ପକ୍ଷରୁ ଏହାକୁ ଅସ୍ବୀକାର କରିଥିବା ବେଳେ ଅଭିଯୁକ୍ତକୁ ଖୋଜା ଚାଲିଛି ବୋଲି ପୋଲିସ କହିଛି ।
Get real time updates directly on you device, subscribe now.
Next Post