ଚାକିରି ନାଁରେ ଲକ୍ଷାଧିକ ଟଙ୍କା ଠକେଇ,ୱେବ ଚ୍ୟାନେଲର ସାମ୍ବାଦିକ ଗିରଫ

42

Get real time updates directly on you device, subscribe now.

ଗଞ୍ଜାମ ( ସଂଘର୍ଷ ମିଡିଆ ) : ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଗଣ୍ଡାଧର ଗ୍ରାମପଞ୍ଚାୟ ର ସରକୁମ୍ପା ଗ୍ରାମର ବଂଶୀଧର ପଟ୍ଟନାୟକ ନାମକ ଜଣେ ବ୍ୟକ୍ତି ଆନ୍ଦ୍ରପ୍ରଦେଶ ବିଶାଖାପାଟଣା ରେ ପୋର୍ଟ ରେ ଚାକିରୀ ଦେବା ନାମରେ ୨୭ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ରେ ଆଜି ମଙ୍ଗଳବାର ସ୍ଥାନୀୟ ପୋଲିସ ଜଣକୁ ଗିରଫ କରିଛି l ସୂଚନା ଅନୁସାରେ ୨୦୧୮ ଡିସେମ୍ବର ମାସରେ ବିଶାଖାପାଟଣା ଅନ୍ତର୍ଗତ ପୋର୍ଟ ଅଞ୍ଚଳ ରେ ସୁପରଭାଇଜର ପରିଚୟ ଦେଇ ଏମ ନାନୀ ବାବୁ ଙ୍କ ସହ ଧୀରେ ଧୀରେ ବନ୍ଧୁତା କରିଥିଲେ l ନାନୀ ବାବୁ ସହଯୋଗରେ ଗୋପାଳ ପୁର ପୋର୍ଟ ରେ ଚାକିରୀ କରାଇଦେବା ର ମିଥ୍ୟା ପ୍ରତିଶୃତି ଦେଇ ପ୍ରାୟ ୯୦ ଜଣକ ଲୋକଙ୍କ ଠାରୁ ୨୭ଲକ୍ଷ ଟଙ୍କାର ଚୂନ ଲଗାଇ ଛନ୍ତି । ଟିକିଏ ଭଲ ଭାବରେ ଦେଖନ୍ତୁ ଏହି ବ୍ୟକ୍ତିଙ୍କୁ । ଏ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଫୋକୋଷ ଅନ ନେସନ ଚାନେଲ ର ସାମ୍ବାଦିକ । ନିଶା ସାମ୍ବାଦିକତା ହେଲେ ପେଶା ଦଲାଲି । ଦଲାଲି କରି ଲୋକଙ୍କୁ ମିଛ ପ୍ରତିଶୃତି ଦେଇ ଏମ ନାନୀ ବାବୁ ଓ ଲେବର ମାନଙ୍କ ଆଖିରେ ଧୂଳି ଦେଇ କଳା ରାଇଜରେ ଘୁରି ବୁଲୁଥିଲେ ବଂଶୀଧର । ହେଲେ ଆଜି ଏମ ନାନୀ ବାବୁ ବଂଶୀଧର ଠିକଣା ଜାଣିପାରି ବିଶାଖାପାଟଣା ରୁ ଆସି ଜଗନ୍ନାଥ ପ୍ରସାଦ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଭିତିକରି ଥାନା ଅଧିକାରୀ ଦିଲୀପ ସ୍ୱାଇଁ ଗତ ରାତିରେ ସରକୁମ୍ପା ଗ୍ରାମରେ ବଂଶୀଧରର ବାସଗୃହରେ ଚଢ଼ାଉ କରି ନକଲି କାଗଜ ପତ୍ର ସହ ନଗଦ ୪୮ ହଜାର ଟଙ୍କା ଜବତ କରିବା ସହ ବଂଶୀଧରକୁ କୋଟ ଚାଲାଣ କରାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More