ଘରେବସି ୫ ଶିକ୍ଷକ ନେଉଛନ୍ତି ମୋଟା ଅଙ୍କର ବେତନ।.

24

Get real time updates directly on you device, subscribe now.

କେନ୍ଦ୍ରାପଡ଼ା (ସଂଘର୍ଷ ମିଡିଆ) : – ପ୍ରତେକ ପିଲାଙ୍କର ଶିକ୍ଷା ହେଉଛି ଭବିଷ୍ୟତ, ସେହି ଶିକ୍ଷିତ ପିଲାମାନଙ୍କ ପାଇଁ ଦେଶର ପ୍ରଗତି ହୋଇଥାଏ। ସେଥିପାଇଁ ସରକାର ଶିକ୍ଷା ବ୍ୟବସ୍ଥା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥାନ୍ତି। ମଧ୍ୟାହ୍ନ ଭୋଜନ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ମାନଙ୍କ ପୋଷାକ ମଧ୍ୟ ସରକାର ଦେବା ସହିତ ବିଦ୍ୟାଳୟର ଶିକ୍ଷକ ମାନଙ୍କୁ ମୋଟା ଅଙ୍କର ବେତନ ଦେଇଥାନ୍ତି। ଆଜିକା ଦିନରେ ବିଦ୍ୟାଳୟ ମାନଙ୍କରେ ଶିକ୍ଷକ ଅଭାବ ଥିବା ବେଳେ ପାଞ୍ଚଜଣ ଶିକ୍ଷକ ଘରେ ରହି ଦରମା ନେଉଛନ୍ତି। ହଁ ଆଜ୍ଞା ଆମେ କହୁଛୁ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଡାମରପୁର ମଦ୍ରାସା କଥା। ଯେଉଁଠି ମୁସଲମାନ ପିଲାମାନେ ପାଠ ପଢି ଉଚ୍ଚ ଶିକ୍ଷିତ ହୋଇଥାନ୍ତି। କିନ୍ତୁ ଏଠାରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ପ୍ରଧାନ ଶିକ୍ଷକଙ୍କ ମନମୁଖୀ ପାଇଁ ମଦ୍ରାସା କୁ ଆସୁନାହାନ୍ତି ଛାତ୍ରଛାତ୍ରୀ। ଛାତ୍ରଛାତ୍ରୀ ଙ୍କ ଅବିବାବକ ମାନେ ପିଲାମାନଙ୍କ ଭବିଷ୍ୟତ ପାଇଁ ଅନ୍ୟ ବିଦ୍ୟାଳୟ ମନଙ୍କରେ ପାଠ ପଢ଼ାଉଛନ୍ତି। ମହାମାରୀ କରନା ପୂର୍ବରୁ ଏଠାକୁ ଛାତ୍ରଛାତ୍ରୀ ମାନେ ଆସୁନାହାନ୍ତି। ଦୀର୍ଘ ବର୍ଷ ହେବ କେମିତି ପ୍ରଧାନ ଶିକ୍ଷକଙ୍କ ଠାରୁ ଆରମ୍ଭ କରି ୫ ଜଣ ଶିକ୍ଷକ ଦରମା ନେଉଛନ୍ତି। ଆମ ପ୍ରତିନିଧି ୧୬.୮.୨୦୨୩ ରେ ପଟ୍ଟାମୁଣ୍ଡାଇ ଶିକ୍ଷା ମଣ୍ଡଳ ଅଧିକାରୀ ଙ୍କୁ ପଚାରିବାରୁ ସେ କହୁଛନ୍ତି ଡାମରପୁର ମଦ୍ରାସା ରେ ଛାତ୍ରଛାତ୍ରୀ ନାହାନ୍ତି। ସିଆରସିସି ସୌମ୍ୟରଞ୍ଜନ ବେହେରା ରିପୋର୍ଟ ଦେଇଛନ୍ତି। କିନ୍ତୁ ଆମ ପ୍ରତିନିଧି ୧୭.୫.୨୦୨୩ ରେ ସେହି ଡାମରପୁର ମଦ୍ରାସା କୁ ଯାଇଥିଲେ କିନ୍ତୁ ଡାମରପୁର ମଦ୍ରାସା ରେ ଦୁଇଜଣ ଶିକ୍ଷକଙ୍କ ସହିତ ଛାତ୍ରଛାତ୍ରୀ ଅଛନ୍ତି। ବାକି ଶିକ୍ଷକ ବିଦ୍ୟାଳୟ କୁ ଆସୁନାହାନ୍ତି। ଯେଉଁ ଛାତ୍ରଛାତ୍ରୀ ମାନେ ଆସିଛନ୍ତି ସେମାନେ ମଦ୍ରାସା ହାନିଫିଆର ନୁହଁନ୍ତି, ପାଖ ବିଦ୍ୟାଳୟ ରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଆଣି ବସାଇଛନ୍ତି। ଆମ ପ୍ରତିନିଧି ପଟ୍ଟାମୁଣ୍ଡାଇ ମଣ୍ଡଳ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ପହଂଚି ଏ ବିଷୟରେ ଆଲୋଚନା କରିଥିଲେ ଆସନ୍ତା କାଲି ରିପୋର୍ଟର MADRASA HANAFIA କୁ ଯିବେ ବୋଲି ଜାଣିପାରି ଶିକ୍ଷକ ଶିକ୍ଷୟିତ୍ରୀ ପାଖ ବିଦ୍ୟାଳରୁ ଛାତ୍ରଛାତ୍ରୀ ମାନଙ୍କୁ ଆଣି ବସାଇଥିଲେ । ଛାତ୍ରଛାତ୍ରୀ କହୁଛନ୍ତି ଆଜି ଆସିଛୁ ପୂର୍ବରୁ କେବେ ଆସିନୁ । ଆପଣମାନେ ବୁଝି ପାରୁଥିବେ ସରକାରଙ୍କ ଟଙ୍କା କେଉଁ ବାଟରେ ହଡପ ହେଉଛି। ଏ ବିଷୟରେ ଆମ ପ୍ରତିନିଧି ସିଆରସିସି ସୌମ୍ୟରଞ୍ଜନ ବେହେରା ଙ୍କୁ ଯୋଗାଯୋଗ କରିଥିଲେ ସିଆରସିସି ଆମ ପ୍ରତିନିଧି ଙ୍କ ସହିତ ଫୋନରେ ଲୁଚକାଳି ଖେଳିଲେ। ଦେଖା ନଦେଇ ଲୁଚିଲେ ବିଓଙ୍କ କାର୍ଯ୍ୟଳରେ ଦୀର୍ଘ ସମୟ ଅପେକ୍ଷା କରି ଫେରିଲେ ଆମ ପ୍ରତିନିଧି। ଏଥିରୁ ସିଧା ସ୍ପଷ୍ଟ ହେଉଛି କେବଳ ଶିକ୍ଷକ ଶିକ୍ଷୟିତ୍ରୀ ନୁହଁନଏ ଭଳି ଘଟଣା ପଛରେ ଅନ୍ୟ ମାନଙ୍କ ହାତ ରହିଛି। ରାଧେ ରାଧେ ତୁମର ଅଧେକୁ ଆମର ଅଧେ। ଯେଉଁ ମାନେ ଏ ରାଧେ ରାଧେରେ ସାମିଲ୍ ଅଛନ୍ତି ସମସ୍ତଙ୍କ ମୁଖା ଖୋଲିବ ସଂଘର୍ଷ ନ୍ୟୁଜ୍ ଦେଖନ୍ତୁ। ଆଗାମୀ ନ୍ୟୁଜ୍ ରେ ସମସ୍ତ କଥା ସାମ୍ନାକୁ ଆଣିବ ସଂଘର୍ଷ ନ୍ୟୁଜ୍।.

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More