ଘରୁ ତାଲା ଭାଙ୍ଗି ଲୁଟିନେଲେ ଲୁଟେରା

9

Get real time updates directly on you device, subscribe now.

ଭଦ୍ରକ ( ସଂଘର୍ଷ ମିଡିଆ ) : ଘରଲୋକ ଶୋଇଥିବା ବେଳେ ବିଳମ୍ବିତ ରାତିରେ ତାଲା ଭାଙ୍ଗି କଳାକନା ବୁଲାଇଲେ ଲୁଟେରା, ଲୁଟି ନେଲେ ନଗଦ ଟଙ୍କା ସହ ସୁନା ଗହଣା | ଏଭଳି ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ଏରେଇଁ ପଞ୍ଚାୟତ ବିଶାଣିଖରିଦା ଗ୍ରାମର ନାରାୟଣ ଗିରିଙ୍କ ଘରେ | ଘରେ ସମସ୍ତେ ରାତିରେ ଶୋଇଥିବା ସମୟରେ, ଚୋରମାନେ ଠାକୁର ଘର ତାଲା ଭାଙ୍ଗି ଘର ଭିତରେ ଥିବା ଟ୍ରଙ୍କକୁ ନେଇ ପଳେଇଯାଇଥିଲେ | ଏକ ଟ୍ରଙ୍କରେ ଥିବା ନଗଦ ୧ ଲକ୍ଷ ୭୦ ହଜାର ଟଙ୍କା ଓ ୧ ଭରି ସୁନା ଲୁଟି ହୋଇଥିବା ନେଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକ | ତେବେ ଚୋରି କରିବା ପରେ ଚୋରମାନେ ଘର ନିକଟ ଅନତି ଦୂରରେ ଉକ୍ତ ଟ୍ରଙ୍କଟିକୁ ଛାଡ଼ି ଚାଲିଯାଇଥିଲେ ଲୁଟେରା | ସକାଳେ ଲୋକମାନେ ବାକ୍ସ କିଛି କାଗଜ ପତ୍ର ପଡ଼ିଥିବା ଦେଖିଥିଲେ | ପୋଲିସକୁ ଅଭିଯୋଗ ପରେ ଘଟଣାସ୍ଥଳରେ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଲୁଟେରାଙ୍କ କୈାଣସି ସନ୍ଧାନ ପାଇପାରି ନାହିଁ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More