ଯାଜପୁର( ସଂଘର୍ଷ ମିଡିଆ) : ଡିଜିଟାଲ ଯୁଗରେ ଆଧୁନିକୀକରଣ ଓ ଉନ୍ନତିର ନାରା ଦେଉଥିବା ସରକାରଙ୍କୁ ଏ ଦୃଶ୍ୟ, ସତେ ଯେମିତି ଉପହାସ କରୁଛି । ଏ ଦୃଶ୍ୟ ହେଉଛି ଯାଜପୁର ଜିଲ୍ଲା ବଡଚଣା ବ୍ଲକ, ଅଣକା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାହାଳ ଗ୍ରାମ ପାଟଣାସାହିର ଦୃଶ୍ୟ। ଅସରାଏ ବର୍ଷା ହେଲେ ଏହି ସାହିକୁ ସଂଯୋଗ କରୁଥିବା ଏକ ମାତ୍ର ରାସ୍ତା ଜଳମଗ୍ନ ହୋଇଯାଉଛି । ସତେ ଯେମିତି ବାହ୍ୟ ଜଗତରୁ ବିଛିନ୍ନ ହୋଇ ଯାଉଛନ୍ତି ଏଠାରେ ରହୁଥିବା ତିରିଶଟି ପରିବାର। ବୁଡି ଯାଉଛି ବିଲ ଆଉ ନଷ୍ଟ ହେଉଛି ଫସଲ। ଯଦି ଅସରାଏ ବର୍ଷାରେ ଏମିତି ଅବସ୍ଥା ତେବେ ବନ୍ୟା ଆସିଲେ ଅବସ୍ଥା କିପରି ହେବ ତାହା ସ୍ପଷ୍ଟ ଅନୁମେୟ । ତେବେ ପ୍ରଶ୍ନ ଉଠୁଛି ପଞ୍ଚାୟତର ମୁଖ୍ୟ ରାସ୍ତା କଡରେ ଥିବା ଏହି ସାହି ପ୍ରତି ପ୍ରଶାସନର ଦୃଷ୍ଟି ପଡୁନି କେମିତି । କେବେ ଏହାର ସମାଧାନ ଦିଗରେ ପ୍ରଶାସନ ତରଫରୁ ପଦକ୍ଷେପ ଗ୍ରହଣ କରାଯିବ ତାହା ଦେଖିବାକୁ ବାକି ରହିଲା ।