ପୁରୀ ( ସଂଘର୍ଷ ମିଡିଆ ) : ପୁରୀ ସହର ତଥା ଉପକଣ୍ଠ ଅଞ୍ଚଳରେ ଗାଡି ଚୋରି କରୁଥିବା ଏକ ବଡ଼ ଗ୍ୟାଙ୍ଗକୁ ପୋଲିସ ଧରିବାରେ ସକ୍ଷମ ହୋଇଛି। ଏମାନଙ୍କ ନିକଟରୁ ଏକ କାର , ଏକ ଅଟୋ ଓ ୧୭ ଟି ବାଇକ ଜବତ କରିଛି ପୁରୀ ପୋଲିସ । ଏଥି ସହିତ ୫ ଜଣଙ୍କୁ ପୋଲିସ ଗିରଫ କରିଛି। ସୂଚନା ଅନୁଯାୟୀ ପୁରୀ ତାଳବଣିଆ ଥାନା ସର୍ବୋଦାୟ ନଗର ରେ ରହୁଥିବା ସରୋଜ ପ୍ରଧାନଙ୍କ ଏକ କାର ତାଙ୍କ ଘରୁ କେହି ଦୁର୍ବୁତ୍ତ ରାତିରେ ନେଇ ଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ରେ ପୋଲିସ ତଦନ୍ତ କରି ପୁରୀ କୁମ୍ଭାରପଡ଼ାର ନାରାୟଣ ବେହେରାଙ୍କୁ ଗିରଫ କରି ଚୋରି କାର ଜବତ କରିଛି । ସେହିପରି ତାଳବଣିଆ ଥାନା କେଶ ନଂ ୧୨୧/୨୨.୭.୨୦୨୦ ଏକ ବାଇକ ଚୋରି ମାମଲାର ତଦନ୍ତ କରି ପୋଲିସ ବ୍ରହ୍ମଗିରି ର ଆସିକ ଖାଁକୁ ଗିରଫ କରିଥିଲା । ତେବେ ଆସିକ ଠାରୁ ୧୭ ଟି ଚୋରି ବାଇକ ଜବତ କରିଛି ପୋଲିସ। ଆସିକ ଖାଁ ଚୋରା ବାଇକବିକ୍ରି କରିଥିବା ତିନି ଜଣ ବ୍ୟକ୍ତିଙ୍କ ସମେତ ଏହି ମାମଲା ରେ ୪ ଜଣଙ୍କୁ ଗିରଫ କରାଯାଇଛି। | ପୁରୀରୁ ଶଙ୍କର ସରକାରଙ୍କ ରିପୋର୍ଟ ସଙ୍ଘର୍ଷ ନ୍ୟୁଜ ।