ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ବିଦ୍ୟାଳୟରେ ପ୍ରବେଶ ଉପରେ କଟକଣା, ସାଲେପୁର ଆଞ୍ଚଳିକ ସାମ୍ବାଦିକ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ

21

Get real time updates directly on you device, subscribe now.

ସାଲେପୁର:ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ବିଦ୍ୟାଳୟରେ ପ୍ରବେଶ ଉପରେ କଟକଣା କରିବାକୁ ସରକାରଙ୍କ ନିଷ୍ପତ୍ତି ପ୍ରତ୍ୟାହାର ଦାବି ରେ କଟକ ଜିଲ୍ଲାର ସାଲେପୁର ଆଞ୍ଚଳିକ ସାମ୍ବାଦିକ ସଂଘ ପକ୍ଷରୁ ଏକ ପ୍ରତିବାଦ ସଭା ସଂଘ କାର୍ଯ୍ୟାଳୟ ଠାରେ ସୋମବାର ଅନୁଷ୍ଠିତ ହୋଇଥିଲା । ସଂଘର ସଭାପତି ଅକ୍ଷୟ କୁମାର ଦାଶ ଏଥିରେ ଅଧ୍ୟକ୍ଷତା କରି ସରକାର ଙ୍କ ଏହି ଅଗଣତାନ୍ତ୍ରିକ ନିଷ୍ପତ୍ତି ବିରୁଦ୍ଧରେ ସାମ୍ବାଦିକ ମାନେ ସ୍ୱର ଉତ୍ତୋଳନ କରିବାକୁ ଆହ୍ୱାନ ଦେଇଥିଲେ । ସଭାପତି ଅକ୍ଷୟ ଦାଶ ଓ ସମ୍ପାଦକ ହୃଷିକେଶ ମଲ୍ଲିକ ଙ୍କ ନେତୃତ୍ୱ ରେ ସଂଘ ସଦସ୍ୟ ମାନେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବି ପତ୍ର ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More