ଗଞ୍ଜେଇ ବିକ୍ରିକୁ ବିରୋଧ କରିବାରୁ ମରଣାନ୍ତକ ଆକ୍ରମଣ

9

Get real time updates directly on you device, subscribe now.

କଟକ ( ସଂଘର୍ଷ ମିଡିଆ ) : ମାଡ଼ ଖାଇଲେ ବିବାହିତ ସ୍ତ୍ରୀ ଚୋରା ମଦ ଓ ଗଞ୍ଜେଇ ବିକ୍ରିକୁ ସ୍ତ୍ରୀ ବିରୋଧ କରିବାରୁ କ୍ରିକେଟ ସ୍ଟମ୍ପ ରେ ମରଣାନ୍ତକ ମାଡ଼ ମାରି ଲହୁଲୁହାଣ କଲା ସ୍ୱାମୀ । ଖାଲି ସେତିକି ନୁହେଁ ଗୋଟିଏ ଘରେ ପୁରାଇ ମାଡ଼ ମାରିବା ସହ ଜୀବନରୁ ମାରିଦେବା ପାଇଁ ହୋଇଥିଲା ସଂପୂର୍ଣ୍ଣ ଯୋଜନା । ଆଉ ସାଥ୍ ଦେଇଥିଲେ ଶଶୁର, ଶାଶୁ ଓ ଦିଅର। ସୂଚନାନୁଯାୟୀ, ଏଭଳି ଘଟଣା ଘଟିଛି ଗତ ୧୫ ତାରିଖ ଦିନ । କଟକ ଜିଲ୍ଲା ମାହାଙ୍ଗା ଥାନା ଦେବରିଓ ଗାଁରେ। ଏହି ଗାଁର ଉତ୍ତମ ଚରଣ ଲେଙ୍କାଙ୍କ ପୁଅ ସଂଜୟ ରାଉତଙ୍କ ସ୍ତ୍ରୀ ସବିତା ରାଉତଙ୍କୁ କ୍ରିକେଟ ସ୍ଟମ୍ପରେ ମରଣାନ୍ତକ ମାଡ଼ ମାରି ଜୀବନରୁ ମାରିଦେବା ପାଇଁ ଉଦ୍ୟମ କରୁଥିବା ବେଳେ କୈାଶଳ କ୍ରମେ ସବିତା ମରଣାନ୍ତକ ଅବସ୍ଥାରେ ଖସି ଆସି ପଡିଶା ଘରେ ଆଶ୍ରୟ ନେଇଥିଲେ । ଆଉ ସେଠାରୁ ନିଜ ବାପ ମାଙ୍କୁ ମୋବାଇଲ୍ ଯୋଗେ ଜଣାଇଲା ପରେ ବାପା,ଭାଈ ଆସି ସବିତାଙ୍କୁ ଉଦ୍ଧାର କରି ପ୍ରଥମେ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ। ପରେ ସବିତା ମାହାଙ୍ଗା ଥାନାରେ ଲିଖିତ ଅଭିଯୋଗ କଲା ପରେ ମାହାଙ୍ଗା ପୋଲିସ ସବିତାଙ୍କ ସ୍ଵାମୀ ସଂଜୟକୁ ଅଟକ ରଖିଛି। ସୂଚନା ଅନୁଯାୟୀ ସ୍ଵାମୀ ସଂଜୟ ଅନେକ ଦିନ ହେବ ବାଙ୍ଗାଲୋରରେ କାସ କରୁଥିଲେ । ଆଉ ଏଠାକୁ ଆସି ବାପାଙ୍କ ସହ ମିଶି ଚୋରା ମଦ ଓ ଗଞ୍ଜେଇ ବେପାର କରୁଥିଲେ । ଏ କଥାକୁ ସ୍ଵାମୀ ସଂଜୟଙ୍କୁ ବାରଂବାର ବିରୋଧ କରିଥିଲେ ମଧ୍ୟ ସ୍ଵାମୀ ଶୁଣୁ ନଥିଲେ। ଆଉ ଏଥିପାଇଁ ମଧ୍ୟ ଅନେକ ଥର ସ୍ଵାମୀ, ସ୍ତ୍ରୀଙ୍କ ମଧ୍ୟରେ ଝଗଡାଝାଟି ହୋଇଛି । ଆଉ ସବିତାଙ୍କ ବାପଘର ଲୋକେ ଆସି ବୁଝାବୁଝି କରି ଯାଇଛନ୍ତି । କିନ୍ତୁ ଏବେ ଘଟଣାଟି ଅତ୍ୟଧିକ ହେବାରୁ ମାମଲା ଯାଇ ଥାନାରେ । ଏପଟେ ଦୁଇ କୋମଳମତୀ ପିଲାଙ୍କୁ ଧରି ସବିତା ନିଜ ବାପ ଘରେ ଆଶ୍ରୟ ନେଉଛନ୍ତି । ଏ ବାବଦରେ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More