କ୍ରୀଡାଶ୍ରୀ ପର୍ଶୁରାମ ସିଂହଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

15

Get real time updates directly on you device, subscribe now.

କେନ୍ଦ୍ରାପଡା ( ସଂଘର୍ଷ ମିଡିଆ ) : ସ୍ଥାନୀୟ କୋରୋ ପଞ୍ଚାୟତ ନୋଡାଲ ହାଇସ୍କୁଲର କ୍ରୀଡ଼ା ଶିକ୍ଷକ ତଥା ସୁନାମଧନ୍ୟ ସମାଜସେବୀ ଦିବଂଗତ ପର୍ଶୁରାମ ସିଂହଙ୍କ ଏକାଦଶାହ ଅବସରରେ ପାଳକଣା ପ୍ରାଥମିକ ବିଦ୍ୟାଳୟଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଅଗ୍ରଣୀ ସାହିତ୍ୟାନୁଷ୍ଠାନ ସତୀର୍ଥ ଏବଂ ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ତ୍ରିଲୋଚନ ଜେନା ଅଧ୍ୟକ୍ଷତା କରିଥିଲେ ।ରାଜଶ୍ରୀର ସମ୍ପାଦକ ଆଶୁକବି ହେମନ୍ତ ଜେନାଙ୍କ ସଂଯୋଜନାରେ ପରିଚାଳିତ ସଭାରେ ବିଭିନ୍ନ ଶିକ୍ଷକ ସଂଘର କର୍ମକର୍ତ୍ତା , ବୁଦ୍ଧିଜୀବୀ ଏବଂ କବି , ସାହିତ୍ୟିକ ଓ ପୁରାତନ ଛାତ୍ରଛାତ୍ରୀ ମାନେ ଯୋଗଦେଇ ଶ୍ରଦ୍ଧା ସମର୍ପଣ କରିଥିଲେ । ଏହି ଅବସରରେ ସ୍ଵର୍ଗତ ସିଂହଙ୍କ ତୈଳଚିତ୍ରରେ ସାମୁହିକ ପୁଷ୍ପାର୍ଘ୍ୟ ଅର୍ପଣ କରାଯାଇ ଆତ୍ମାର ସଦ୍ଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ପରେ କବି ବଟକୃଷ୍ଣ ସାମଲ ବେଦପାଠ , ସିଆରସିସି ମହମ୍ମଦ ଜଲ୍ଲାଲୁଦ୍ଦିନ କୋରାନ ପାଠ କରିବାପରେ କଣ୍ଠଶିଳ୍ପୀ ଗୀତାଞ୍ଜଳି ସାହୁ ଜଗନ୍ନାଥ ଭଜନ ପରିବେଷଣ କରିଥିଲେ। ରାଜଶ୍ରୀର ସହ ସମ୍ପାଦକ ବସନ୍ତ କୁମାର ମଲ୍ଲିକ ପ୍ରାରମ୍ଭିକ ସୂଚନା ଦେଇଥିଲେ ଏବଂ ସତୀର୍ଥର ସଭାପତି ଅମର ପ୍ରସାଦ ରାଉତ , ସମ୍ପାଦକ ସତୀର୍ଥ କବି ମନ୍ମଥନାଥ ବରାଳ ,ଜିଲ୍ଲା ସାହିତ୍ୟ ସଂସଦ ସମ୍ପାଦକ ଶୁଭାଂଶୁ କୁମାର ଦାସ , ବରିଷ୍ଠ ସାମ୍ବାଦିକ ଅମରବର ବିଶ୍ଵାଳ , ଶିକ୍ଷକ ନେତା ପ୍ରଣବ କୁମାର ଜେନା , ଶିକ୍ଷାବିତ୍ କାଶୀନାଥ ରାଉତରାୟ , ଦୀନବନ୍ଧୁ ପାତ୍ର , ରମେଶ ଚନ୍ଦ୍ର ଦାଶ , ପରମାନନ୍ଦ ଥାଟୋଇ , ମହେନ୍ଦ୍ର କୁମାର ମଲ୍ଲିକ , ପୂର୍ବ ଅଡିଟର ବସନ୍ତ କୁମାର ମଲ୍ଲିକ , ସୁନାକର ରାଉତ ଆଦି ସ୍ଵର୍ଗତ ସିଂହଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ । ଦୀର୍ଘ ତିନି ଦଶନ୍ଧିରୁ ଊର୍ଦ୍ଧ୍ଵକାଳ ଜଣେ ଛାତ୍ରବତ୍ସଳତ ଆଦର୍ଶ ଶିକ୍ଷକ ଭାବେ ସେ ଯେପରି ସୁନାମ ଅର୍ଜନ କରିଥିଲେ , ସେମିତି ବିଭିନ୍ନ ସାମାଜିକ ଓ ସାହିତ୍ୟାନୁଷ୍ଠାନରେ ଅଗ୍ରଦୂତ ସାଜି ଚର୍ଚ୍ଚିତ ଥିଲେ । ଶିକ୍ଷକତା ବ୍ୟତୀତ ରାଜଶ୍ରୀ ଅନୁଷ୍ଠାନର କୋଷାଧ୍ୟକ୍ଷ , ତ୍ରିଲୋଚନପୁର ସରସ୍ୱତୀ ଶିଶୁ ମନ୍ଦିରର ସଭାପତି , ପ୍ରୟାସ ସାମାଜିକ ପ୍ରତିଷ୍ଠାନର ସଭାପତି ଭାବେ ଦାୟିତ୍ବ ସମ୍ପାଦନ କରୁଥିବା ସ୍ଵର୍ଗତ ସିଂହ ବିଭିନ୍ନ ସ୍ଥାନରେ ନିଜ ଅର୍ଥରେ ବୃକ୍ଷରୋପଣ କରି ପ୍ରଶଂସନୀୟ ବୋଲି ବକ୍ତା ମାନେ ଅଭିମତ ରଖିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଏହି ଶ୍ରଦ୍ଧାଞ୍ଜଳି ସଭାରେ କବି ଶୈଳଜା ଶଙ୍କର ସାମଲ , ଅଶୋକ କୁମାର ସାହୁ ,ଦୀପ୍ତି ରଞ୍ଜନ ଜେନା , ବିନୋଦ ବିହାରୀ ଦାସ , ଅଶୋକ କୁମାର ଦାସ , ରଞ୍ଜନ କୁମାର ଦଳେଇ , ଶିବପ୍ରସାଦ ନାୟକ ,କୃଷ୍ଣଚନ୍ଦ୍ର ସେଠୀ , ସତ୍ୟଜିତ୍ ସାହୁ , ମୂରଲୀଧର ପ୍ରଧାନ ,ଅଧର କୁମାର ଜେନା , ଜୟନ୍ତ କୁମାର ପ୍ରଧାନ , ସାମ୍ବାଦିକ ମଳୟ କୁମାର ସାହୁ ,ଭୀମସେନ ପ୍ରଧାନ , ଲକ୍ଷ୍ମୀଧର ବେହେରା , ପ୍ରଭାକର ସିଂହ , ଦେବେନ୍ଦ୍ର କୁମାର ପାତ୍ର ଏବଂ ପ୍ରଫୁଲ୍ଲ କୁମାର ସିଂହ ଆଦି ସ୍ମୃତିଚାରଣ ସହିତ ସ୍ଵର୍ଗତ ଆତ୍ମାଙ୍କ ସଦ୍ଗତି କାମନା କରିଥିଲେ । ସତୀର୍ଥର ସମ୍ପାଦକ ବ୍ୟଙ୍ଗକବି ଅପର୍ତ୍ତି କୁମାର ସେଠୀ ଶ୍ରଦ୍ଧା ନିବେଦନ ସହ ଧନ୍ୟବାଦ ଅର୍ପଣ କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More