କୋରନା ଛଡେଇନେଲା ଜୀବିକା

9

Get real time updates directly on you device, subscribe now.

ପଟ୍ଟାମୁଣ୍ଡାଇ (ସଂଘର୍ଷ ନ୍ୟୁଜ୍): କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ପରିବା ହାଟ ସଂଘ ତରଫରୁ ପରିବା ଦୋକାନ ଗୁଡ଼ିକ ବନ୍ଦ ରହିଛି। କରୋନା କୁ ଆଖି ଆଗରେ ରଖି ସରକାର ଙ୍କ ଗାଇଡି ଲାଇନ୍ ଅନୁସାରେ ପଟ୍ଟାମୁଣ୍ଡାଇ ପରିବା ହାଟର ସମସ୍ତ ବେପାରୀ ମାନଙ୍କୁ ମନ୍ମଥ ନାଥ ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ପରିବା ବିକ୍ରି କରିବାକୁ ଅନୁମତି ଦେଇଥିଲେ। କିନ୍ତୁ ଦୁଭାଗ୍ୟର କଥା ଏବେ ସେହି ଠାରୁ ପଟ୍ଟାମୁଣ୍ଡାଇର ସରସ୍ଵତୀ ଶିଶୁ ମନ୍ଦିର ନିକଟସ୍ଥ ପଡିଆକୁ ସ୍ଥାନାନ୍ତରିତ କରାଯାଇଥିଲେ ମଧ୍ୟ ପରିବା ବିକ୍ରି କରୁଥିବା ବ୍ୟକ୍ତି ମାନେ ଅସୋନ୍ତସ ପ୍ରକାଶ କରି କହିଛନ୍ତି ଯେ ପଟ୍ଟାମୁଣ୍ଡାଇ ପରିବା ହାଟ ମଧ୍ୟରେ ନିଜସ୍ଵ ଦେକାନ ଗୃହ ଥିଲେ ମଧ୍ୟ ଆମକୁ କେଉଁ କାରଣ ପାଇଁ ଏଣେ ତେଣେ କରାଯାଉଛି। ଆହୁରି ମଧ୍ୟ କହିଛନ୍ତି ପଟ୍ଟାମୁଣ୍ଡାଇର ସମସ୍ତ ଦୋକାନ ବଜାର ଖୋଲା ହେଉଥିଲେ ମଧ୍ୟ ପରିବା ହାଟକୁ କାହିଁକି ଅଣଦେଖା କରାଯାଉଛି। ଏଠି ପ୍ରଶ୍ନ ଉଠୁଛି ଯେ ପଟ୍ଟାମୁଣ୍ଡାଇ ପରିବା ବ୍ୟବସାୟ ମାନଙ୍କୁ ପ୍ରଶାସନ ଅଣଦେଖା କଲେ ଆଗାମୀ ଦିନରେ ପଟାମୁଣ୍ଡାଇ ପରିବା ବ୍ୟବସାୟ ପରିବା ବିକ୍ରି ଠାରୁ ନିବୃତ ରହିବେ। ପରିବା ବିକ୍ରି ବନ୍ଦହେଲେ ଲୋକମାନେ ଅସୁବିଧାର ସମ୍ମୁଖୀନ ହେବେ ବୋଲି ସ୍ଥାନୀୟ ଲୋକମାନେ ମତ ରଖିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More