କୋଭିଡ୍ ନିୟମକୁ କଡାକଡି କଲା କଟକ ପୋଲିସ

19

Get real time updates directly on you device, subscribe now.

କଟକ ( ସଂଘର୍ଷ ମିଡିଆ ) : କୋଭିଡ୍ ନିୟମକୁ କଡାକଡି କଲା କଟକ କମିଶନରେଟ ପୋଲିସ । ବାଦାମ ବାଡ଼ି ଥାନା ଓ ପୁରିଘାଟ ଥାନା ପକ୍ଷରୁ କଟକ ବାଦାମବାଡ଼ି ,ଦୋଳ ମୁଣ୍ଡାଇ, ପିଠାପୁର ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ କରାଯାଇଛି । ଏହି ସମୟରେ ମାସ୍କ୍ ଓ ସାମାଜିକ ଦୂରତା ଯାଞ୍ଚ କରାଯାଇଥିଲା । ମାସ୍କ୍ ପିନ୍ଧି ନଥିବା ଅମାନିଆଙ୍କ ଠାରୁ ଫାଇନ ଆଦାୟ କରାଯାଇଛି । ଏହି ଫ୍ଲାଗମାର୍ଚ୍ଚ ପ୍ରଥମେ ବାଦାମବାଡ଼ି ଛକରୁ ବାହାରିଥିଲା । ପରେ ଦୋଳମୁଣ୍ଡାଇ ହୋଇ ପିଠାପୁର ଅଞ୍ଚଳରେ ବୁଲିଥିଲା। ଏହି ସମୟରେ ପ୍ରତ୍ୟକଟି ଦୋକାନ ଗୁଡିକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଇଥିଲା । ଯେଉଁ ଦୋକାନୀ ମାନେ ଓ ଦୋକାନରେ ଥିବା ଗ୍ରାହକମାନେ ମାସ୍କ ପିନ୍ଧି ନଥିଲେ ସେମାନଙ୍କର ଠାରୁ ଜୋରିମାନା ଆଦାୟ କରାଯାଇଥିଲା । ପ୍ରତ୍ୟକ ଦିନ ଏହି ଅଭିଯାନ କରାଯାଇ ଯାଞ୍ଚ କରିବ ପୋଲିସ୍ । କଟକରୁ ସୁରେଶ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୂଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More