ମୟୁରଭଞ୍ଜ ( ସଂଘର୍ଷ ମିଡିଆ ) : ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଜଡିଦା ପଞ୍ଚାୟତ ଜାମପଦା ଗ୍ରାମର ବାଉଳି ମୁର୍ମୁ, ସ୍ୱାମୀ-ପାରାନ ମୁର୍ମୁ ଜଣେ ବିଧବା ଓ ଗରିବ ଶ୍ରେଣୀର ମହିଳା । କିନ୍ତୁ ଦୁଃଖ ଓ ସମ୍ବେଦନଶୀଳ ଘଟଣା ଏହିକିଯେ ବାଉଳି ମୁର୍ମୁଙ୍କ ସ୍ୱାମୀ ଆଜକୁ ପ୍ରାୟ 25 ବର୍ଷ ହେଲାଣି ଆରପରିକୁ ଚାଲି ଗଲେଣି। କିନ୍ତୁ ବିଧବା ହେବାର ଆଜକୁ ପ୍ରାୟ 25 ବର୍ଷ ପରେ ମଧ୍ୟ ତାଙ୍କୁ ମିଳୁନି ବିଧବା ଭତ୍ତା। ସ୍ୱାମୀ ପରପାରିକୁ ଯିବା ପରଠାରୁ ବିଗତ ବର୍ଷ ପରେ ବର୍ଷ ଧରି କେତେବେଳେ କପ୍ତିପଦା ବ୍ଲକ ତ କେତେବେଳେ ଜଡିଦା ପଞ୍ଚାୟତ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଇଗଲେଣି।କେବଳ ସରକାରଙ୍କର ଚାଉଳ ମୁଠାଏକୁ ଆଶ୍ରାକରି ଓ ପରଘରେ ମୁଲ ଲାଗି ସେ ଚଳନ୍ତି ।ଦୀର୍ଘ ବର୍ଷ ପରେ ବର୍ଷ ବିତିଗଲାଣି ହେଲେ କିଛି ଉତ୍ତର ଆସୁନାହିଁ କି ଭତ୍ତା ବି ମିଳୁନାହିଁ।ଏବେ ଆଉ କାହାକୁ ଗୁହାରି କରିବେ ବୋଲି ପ୍ରଶ୍ନ କରିବା ସହିତ ନିଜେ ନିଜ ଭାଗ୍ୟକୁ ନିନ୍ଦୁଛନ୍ତି।ତାଙ୍କଠାରୁ ପରେ ଆବେଦନ କରିବା ଲୋକ ମାସକୁ ମାସ ଭତ୍ତା ଉଠାଉଥିବା ବେଳେ ଅସହାୟ ଓ ଦୁର୍ବିସହ କଷ୍ଟରେ ଜୀବନ ବିତାଉଥିବା ବାଉଳିକୁ ଭତ୍ତା ନମିଳିବା ଅନେକଙ୍କୁ ବିସ୍ମିତ କରିଛି। ତେଣୁ ଏଥିପ୍ରତି ପ୍ରଶାଶନିକ ଅଧିକାରୀ ମାନେ ଦୃଷ୍ଟି ଦେଇ ବାଉଳି ମୁର୍ମୁଙ୍କୁ ଭତ୍ତା ଦେବା ସହ କିଛି ଆର୍ଥିକ ସାହାଯ୍ୟ ଯୋଗାଇ ଦେବାପାଇଁ ସେ ଅନୁରୋଧ କରିଛନ୍ତି ।