କେନ୍ଦ୍ରାପଡା ଆରକ୍ଷୀ ଅଧୀକ୍ଷକଙ୍କ ସାମ୍ବାଦିକ ସମ୍ମିଳନୀ

17

Get real time updates directly on you device, subscribe now.

କେନ୍ଦ୍ରାପଡା ( ସଂଘର୍ଷ ମିଡିଆ ) – ଗତ ସେପ୍ଟେମ୍ବର ମାସ ୨୦ ତାରିଖରେ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା କୁସୁନପୁର ଗାଁରେ ଏକ ସିରିଜ୍ ଚୋରି ଏବଂ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ୩ ଜଣକୁ ଗିରଫ କରିବା ନେଇ କେନ୍ଦ୍ରାପଡା ଏସ୍ ପି ନିତିଶେଖର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଘଟଣାଦିନ ବିଳମ୍ବିତ ରାତିରେ କୁସୁନପୁର ଗାଁର କାହ୍ନୁ ଚରଣ ନାୟକ ଏବଂ ଅକ୍ଷୟ କୁମାର ସାହୁ ଙ୍କ ଘରେ ୫ ଜଣ ଦୃବୃର୍ତ୍ତ କବାଟ ତାଡି ଘରେ ପଶି କାହ୍ନୁ ଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ୧୦ ଟା ମୋବାଇଲ , ୨୦ ହଜାର ଟଙ୍କା ଏବଂ ସୁନା ଗହଣା ଲୁଟି ନେଇଥିଲେ । ଉକ୍ତ ଘଟଣାରେ କେନ୍ଦ୍ରାପଡା ସ୍ପେଶାଲ ସ୍କ୍ବାଡ଼ ଏବଂ ମାର୍ଶାଘାଇ ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୩ ଜଣ ଆସାମୀ ଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୬ ଟା ସ୍କୃଡ୍ରାଇଭର , ଏକ ଚାପଡ , ଏକ ଭୂଜାଲି , ପୋଲିସ ଜବତ କରିଛି । ଏହି ଘଟଣାରେ ସଂପୃକ୍ତ ଆଉ ୨ ଜଣ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି ।ମାର୍ଶାଘାଇରୁ ବାସୁଦେବ ସେଠୀ ଙ୍କ ରିପୋର୍ଟ ସଂଘର୍ଷ ମିଡିଆ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More