କେନ୍ଦ୍ରାପଡ଼ାର ଅରଗଳ ପଞ୍ଚାୟତର ସରପଞ୍ଚଙ୍କ ନାମରେ ଆସିଲା ଅଭିଯୋଗ

10

Get real time updates directly on you device, subscribe now.

କେନ୍ଦ୍ରାପଡ଼ା( ସଂଘର୍ଷ ମିଡିଆ ) :କେନ୍ଦ୍ରାପଡ଼ା ଆଳି ବ୍ଲକ ଅର୍ନ୍ତଗତ ଅରଗଳ ପଞ୍ଚାୟତର କାର୍ଯ୍ୟାଳୟ ବିପଦ ସଂକୁଳ ପରିସ୍ଥିତିରେ ଥିଲାବେଳେ ସରପଞ୍ଚଙ୍କ ନଜର ପଡୁନି। ଅରଗଳ ପଞ୍ଚାୟତ ଲୋକମାନେ କୈାଣସି କାର୍ଯ୍ୟ ପାଇଁ ପଞ୍ଚାୟତ ଅଫିସ୍ ନଯାଇ ସିଧା ସରପଞ୍ଚଙ୍କ ଘରକୁ ଯାଉଛନ୍ତି। ସରପଞ୍ଚଙ୍କ ଗୃହ ପାଲଟିଛି ପଞ୍ଚାୟତ କାର୍ଯ୍ୟାଳୟ। ସେଠାକାର ଲୋକମାନେ ଆହୁରି କହିଛନ୍ତି ଯେ ଯଦି ପଞ୍ଚାୟତ ଗୃହ ବିପଦ ସଂକୁଳ ଅବସ୍ଥାରେ ରହିଛି କଣ ପାଇଁ ଅଯଥା ଢଳେଇ କାମ କରାଇ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ବିଲ୍ କରୁଛନ୍ତି ଖୋଦ୍ ସରପଞ୍ଚ ମହାଶୟ। ଆହୁରି ମଧ୍ୟ କହିଛନ୍ତି ବର୍ଷରେ ଦୁଇ ଦିନ ପଞ୍ଚାୟତ ଅଫିସ୍ ଖୋଲାଯାଏ ଅଗଷ୍ଟ ୧୫ ଓ ଜାନୁଆରୀ ୨୬ ଦିନ। ସ୍ଥାନୀୟ ଲୋକମାନେ ବହୁତ ଥର ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡ଼ିଓ ଓ ଜିଲ୍ଲାପାଳ ପଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରିଥିଲେ ମଧ୍ୟ କେହି ଶୁଣୁନାହାନ୍ତି। ଆପଣଙ୍କ ନ୍ୟୁଜ୍ ଚ୍ୟାନେଲ ମାଧ୍ୟମରେ ଆମ୍ଭେ ମାନେ ସରକାରଙ୍କ ନିକଟରେ ଗୁହାରି କରୁଛୁ ଯେ ସରକାର ଆମ ପଞ୍ଚାୟତ କାର୍ଯ୍ୟାଳୟ ପ୍ରତି ଦୃଷ୍ଟି ଆକର୍ଷଣ କଲେ ଆମେ ସମସ୍ତେ ଅରଗଳ ବାସୀ ଏ ସମାସ୍ୟାରୁ ମୁକ୍ତି ପାଇବୁ। ଏବିଷୟରେ ସରପଞ୍ଚଙ୍କ ପ୍ରତିକ୍ରିୟା ପାଇଁ ଫୋନ୍ ମାଧ୍ୟମରେ ଯୋଗା ଯୋଗ କରିଥିଲେ ମଧ୍ୟ ଫୋନରେ ଉତ୍ତର ଆସିଥିଲା ତୁମେ ଯାହା କରିବା କଥା କର ମୁଁ କିଛି କହିବି ନାହିଁ କି ଦେଖାକରି ପାରିବିନାହିଁ। ଜଣେ ଗଣପ୍ରତିନିଧିଙ୍କୁ ଏଭଳି କଥା ସରପଞ୍ଚ କହୁଥିବା ବେଳେ ସେଠାକାର ଲୋକମାନଙ୍କୁ କଣ କହୁନଥିବେ। ଅରଗଳ ପଞ୍ଚାୟତର ଟାଣୁଆଁ ସରପଞ୍ଚଙ୍କୁ ମାନିବାକୁ ପଡିବ। ଏଠି ପ୍ରଶ୍ନ ଉଠୁଛି ଯେ ଯେଉଁ କାର୍ଯ୍ୟ ସରପଞ୍ଚ ଫାଇଟିକରି କରିବାକଥା କିନ୍ତୁ ଏଠି ଅରଗଳ ପଞ୍ଚାୟତର ବୁଦ୍ଧିଜୀବୀ ଓ ଯୁବକ ମାନେ ପଞ୍ଚାୟତ ଗୃହ ପାଇଁ ଅଣ୍ଟା ଭିଡିଥିବା ବେଳେ ସ୍ଥାନୀୟ ସରପଞ୍ଚ ବିରୋଧ କରିବାର ନଜରକୁ ଆସିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More