କେନ୍ଦ୍ରାପଡା ( ସଂଘର୍ଷ ମିଡିଆ ) : କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଠାରୁ ମାତ୍ର ଦୁଇ କିମି ଦୂର ଦୁମୁକା ପଞ୍ଚାୟତ ର କୁସୁନପୁର ଗ୍ରାମରେ ଡ଼କାୟତ ମାନେ ପଶି ଘଟାଇଥିଲେ ବିଭତ୍ସ କାଣ୍ଡ।ଘଟଣାର ଏକ ସପ୍ତାହ ବିତି ଯିବା ସତ୍ୱେ ଡ଼କାୟତର ସୁରାକ ପାଉନି ପୋଲିସ।ଫଳରେ ସ୍ଥାନୀୟ ଅଞ୍ଚଳରେ ପୋଲିସର ଭୂମିକା ଓ ଦକ୍ଷତା ନେଇ ପ୍ରବଳ ଜଣ ଅସନ୍ତୋଷ ଦେଖାଦେଇଛି।ଘଟଣାରୁ ପ୍ରକାଶ ଜେ ଗତ ସେପ୍ଟେମ୍ବର୍ ୨୧ତାରିଖ ମଧ୍ୟ ରାତ୍ରିରେ କେତେକ ଡ଼କାୟତ କୁସୁନପୁର ଗ୍ରାମରେ ଗୋଟିକ ପରେ ଗୋଟିଏ ତିନୋଟି ଘରେ ଡକାୟତି କରିଥିଲେ । ଗ୍ରାମର କାହ୍ନୁ ଚରଣ ନାୟକ ଓ ତାଙ୍କ ପତ୍ନୀ ଡକାୟତଙ୍କ ଭୁଜାଲି ଚୋଟରେ ଲହୁ ଲୁହାଣ ହୋଇଥିଲେ।ଲକ୍ଷାଧିକ ଟଙ୍କାର ସୁନା ,ନଗଦ ଟଙ୍କା ଓ ମୋବାଇଲ ଆଦି ନେଇ ଡ଼କାୟତ ମାନେ ଫେରାର ହୋଇଯାଇଥିଲେ। କାହ୍ନୁ ନାୟକ ଓ ତାଙ୍କ ପତ୍ନୀ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସା ହେଉଥିବାବେଳେ ପୋଲିସ ଉକ୍ତ ଡ଼କାୟତ ମାନକୁ ଏଯାଏଁ ଧରି ପାରିନି । ଏଣୁ ସ୍ଥାନୀୟ ଲୋକେ ପୋଲିସର ଭୂମିକା ଓ ଦକ୍ଷତା ନେଇ ତୀଵ୍ର ଅସନ୍ତୋଷ ପ୍ରକାଶ ପାଇଛି । ସନ୍ଧ୍ୟା ହେଲେ କୁସୁନପୁର ସମେତ ଆଖ ପାଖ ଗାଁ ରେ ଡ଼କାୟତ ଭୟରେ ଲୋକେ ତାଟି କବାଟ ପକାଉଛନ୍ତି।ସ୍ଥାନୀୟ ଅଞ୍ଚଳବାସୀଙ୍କ ମନରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଛି -ମାର୍ଶାଘାଇ ଥାନାର ଅଳ୍ପ ଦୁରରେ ଡ଼କାୟତ କରିବାକୁ ସେମାନେ ସାହସ କଲେ କେମିତି ?ଡ଼କାୟତ ମାନେ ପୋଲିସ ପ୍ରଶାସନକୁ ଏତେ ନିକମା ଭାବିଲେ କିପରି ?ଡକାୟତଙ୍କ ସମ୍ପର୍କରେ ଏଯାଏଁ ପୋଲିସ ସୁରାକ ପାଉନି,ନା ସୁରାକ ପାଇ ମଧ୍ୟ ଗିରଫ କରିବାକୁ ଡରୁଛି ?ଡକାୟତମାନେ ପୋଲିସ ଠାରୁ ଅଧିକ ପ୍ରଭାବଶାଳୀ କି ?ଡ଼କାୟତ ମାନଙ୍କ ପଛରେ କଣ ରାଜନେତା ମାନଙ୍କ ଆଶ୍ରିବାଦ ଅଛି ?ଏମିତି ଅନେକ ପ୍ରଶ୍ନ ବାଚି ଭିତରେ ଘେରି ହୋଇ ଯାଇଛି ମାର୍ଶାଘାଇ ଥାନା । କେନ୍ଦ୍ରାପଡା ଏସପି ନୀତିଶେଖର ଘଟଣା ସ୍ଥଳ ବୁଲି ଦେଖିଛନ୍ତି।କିନ୍ତୁ ଅଦ୍ୟାବଧି ଡ଼କାୟତ ମାନେ ଗିରଫ ହେଉଥିବା ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।ମାର୍ଶାଘାଇରୁ ବାସୁଦେବ ସେଠୀଙ୍କ ରିପୋର୍ଟ ସଂଘର୍ଷ ନିଉଜ୍।