କୁକୁର ଭୁକିବାକୁ ନେଇ କିଶୋନଗର ବାଲିସୁକୁରି ଗ୍ରାମରେ ଘଟିଯାଇଛି ଜଘନ୍ୟ ହତ୍ୟାକାଣ୍ଡ

16

Get real time updates directly on you device, subscribe now.

ସାଲେପୁର ( ସଂଘର୍ଷ ମିଡିଆ ) :କିଶୋନଗର ଥାନା ବାଲିସୁଗୁରି ଗ୍ରାମର ଉମେଶ ଭୋଇ ରାତିରେ ଘରକୁ ଫେରୁଥିବା ବେଳେ ଏକ କୁକୁର ଜୋରେ ଭୁକି ତାଙ୍କ ଆଡକୁ ମାଡ଼ିଆସିଥିଲା। ସେ ଭୟଭୀତ ହୋଇ ପ୍ରତିରୋଧ କରିବାବେଳେ କୁକୁର ମାଲିକ ରାଜାଭୋଇ ପହଞ୍ଚି ବାରୁ ଉମେଶ ଓ ରାଜାଭୋଇ ମଧ୍ୟରେ ଜୋରଦାର ବଚସା ହୋଇଥିଲା।ଏ ଥିରେ ଉତକ୍ଷିପ୍ତ ହୋଇ ରାଜା ଓରଫ ଡାଙ୍ଗୁଆ ଉମେଶ ଭୋଇକୁ ଏକ ହଂସୁଆ କଟୁରିରେ ହାଣିଥିଲା। ଗୁରୁତର ଆହତ ଉମେଶକୁ ପ୍ରଥମେ ରଘୁନାଥପୁର ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଜଗତସିଂହପୁର ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ଧିନ ଅବସ୍ଥା ରେ ମୃତ୍ୟୁ ଘଟିଥିବା ପୋଲିସ ସୂତ୍ରରୁ ପ୍ରକାଶ। ଉମେଶର ସ୍ତ୍ରୀ ରିତା ଭୋଇର ଏତଲା କ୍ରମେ କିଶୋରନଗର ପୋଲିସ କେଶ ନ୧୭୪/୨୦୨୦ ରେ ମୋକଦମା ରୁଜୁକରି ତଦନ୍ତ ଚଳାଇଛି।ଇତି ମଧ୍ୟରେ ଶବ ବ୍ୟବଚ୍ଛେଦ କରାଯାଇ ଗ୍ରାମକୁ ଅଣାଯାଇ ଥିବା ବେଳେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାଲେପୁର ଏସଡ଼ିପିଓ ଓ କିଶୋରନଗର ଥାନା ଅଧିକାରୀ ତଦନ୍ତକୁ ଜୋରଦାର କରିଛନ୍ତି। ସାଲେପୁରରୁ ନାରାୟଣ ଭୂୟାଁଙ୍କ ରିପୋର୍ଟ ସନହର୍ଷ ମିଡିଆ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More