କୀଡିନାପ କରି ନେଉଥିବା ଚାରିଜଣ ଅଜଣା ବ୍ୟକ୍ତିଙ୍କୁ ଗ୍ରାମବାସୀ ଧରି ପୋଲିସ ଜିମା ଦେଲେ

17

Get real time updates directly on you device, subscribe now.

କେନ୍ଦ୍ରାପଡ଼ା ( ସଂଘର୍ଷ ମିଡିଆ ) : କେନ୍ଦ୍ରାପଡ଼ା ରାଜନଗର ବ୍ଲକ ରଙ୍ଗଣୀ ପଞ୍ଚାୟତ ସୈରେନ୍ଦ୍ରପୁର ଗ୍ରାମର ରଜନୀ କାନ୍ତ ଗୀରି ତାଳଚୁଆ ବଜାରରୁ ରାତ୍ରି ପ୍ରାୟ ୯ଟା ସମୟରେ ଫେରୁଥିବା ବେଳେ ଚାରିଜଣ ଅଜଣା ବ୍ୟକ୍ତି ଏକ ଚାରିଚକିଆ ଯାନ ଟିକାୟତ ଛକ ଓ ତାରିଣୀ ଛକ ମଝି ନିଛାଟିଆ ରାସ୍ତାରେ ରଜନୀ କାନ୍ତ ଗୀରିଙ୍କୁ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇବା ସହ ରଜନୀଙ୍କ ମୁହଁରେ ଲଙ୍କା ଗୁଣ୍ଡ ପକାଇ ହାତ ଗୋଡ ଓ ମୁହଁ ବାନ୍ଧି କାର ଭିତରେ ପୁରେଇ ଅପହରଣ କରି ନେଉଥିବା ବେଳେ ନଳିତା ପାଟିଆ ର କିଛି ଜୁବକ ଖବରପାଇ ସେହି ଗାଡିଟିକୁ ଅଟକାଇ ଥିଲେ। ଅପହୃତ ରଜନୀ କାନ୍ତ ଗୀରିଙ୍କୁ ଉଧାର କରିବା ସହ ଚାରିଜଣ ଅପହରଣକାରୀ ମାନଙ୍କୁ ଅଟକ ରଖି ତାଳଚୁଆ ସାମୁଦ୍ରିକ ଥାନା ଆଇଆଇସିଙ୍କୁ ଫୋନ୍ କରିଥିଲେ।ଏ ଖବର ପାଇ ତାଳଚୁଆ ସାମୁଦ୍ରିକ ଥାନା ଆଇଆଇସି ଶ୍ରୀଯୁକ୍ତ ଶ୍ରୀକାନ୍ତ କୁମାର ବାରିକ୍ ପହଞ୍ଚି ଅପହୃତା ରଜନୀ କାନ୍ତ ଗୀରି ଙ୍କୁ ପଚରା ଉଚୁରା କରିବା ସହ ଚାରିଜଣ ଅପହରଣକାରୀ ମାନଙ୍କୁ ଥାନାକୁ ନେଇଥିଲେ। ଏ ଜାଏ ତାଳଚୁଆ ଅଧିକାରୀଙ୍କ ଠାରୁ କିଛି ସୁଚନା ମିଳି ପାରିନାହିଁ। ଏ ଭଳି ଘଟଣା ତାଳଚୁଆ ଅଞ୍ଚଳରେ ପ୍ରଥମ ଘଟିଥିବାରୁ ସେଠାକାର ଲୋକମାନେ ବହୁତ ଭୟଭୀତ ଅଛନ୍ତି ବୋଲି ପ୍ରକାଶ କରିଛନ୍ତି। ରାଜନଗରରୁ ସୂର୍ଯ୍ୟ ନାରାୟଣ ଦାଶ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More