କିରୋସିନ ଢାଳି ହୋଇ ଯୁବକର ମୃତ୍ୟୁ

9

Get real time updates directly on you device, subscribe now.

ନୂଆପଡା (ସଂଘର୍ଷ ନୁଜ୍ ): ନୂଆପଡା ଜିଲ୍ଲା ଖଡିଆଳ ଥାନା ଅନ୍ତର୍ଗତ ଚନାବେଡା ଗାଁରେ ନିଆଁରେ ପୋଡି ହୋଇ ଯୁବକ ମୃତ । ମୃତ ଯୁବକ ହେଲେ ମନୋଜ ମାଝୀ । ଗତକାଲି ରାତ୍ରୀରେ ମନୋଜ ଅତ୍ୟଧିକ ମଦ୍ୟପାନ କରି ଘରକୁ ଆସିଥିଲା । ପରେ ପରିବାର ଲୋକେ ଶୋଇବା ପରେ ମନୋଜ ନିଜ ଦେହରେ କିରୋସିନ ଢାଳି ନିଆଁରେ ପୋଡି ହୋଇ ମୃତ୍ୟୁବରଣ କରିଥିବା କୁହାଯାଉଛି । ଆଜି ସକାଳେ ଏନେଇ ପରିବାରରେ ଲୋକେ ଦେଖିବାପରେ ଖଡିଆଳ ପୋଲିସିକୁ ଖବର ଦେଇଥିଲେ । ଖଡିଆଳ ପୋଲିସ ଏକ ସାଇନ୍ଟିଫିକ୍ ଟିମକୁ ନେଇ ଘଟଣାସ୍ଥଳରେ ପହଂଚି ଘଟଣାର ତଦନ୍ତ ଜାରି ରଖିଛି । ହେଲେ ଘଟଣାର କାରଣ ଏଯାଏ ସ୍ପଷ୍ଟ ଜଣାପଡି ନାହିଁ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More