କାର୍ଯ୍ୟରତ ସାମ୍ବାଦିକଙ୍କ ଊପରେ ମରଣାତକ ଆକ୍ରମଣ

26

Get real time updates directly on you device, subscribe now.

ଭୁବନେଶ୍ଵର ( ସଂଘର୍ଷ ମିଡିଆ ) କାର୍ଯ୍ୟରତ ସାମ୍ବାଦିକଙ୍କ ଊପରେ ମରଣାତକ ଆକ୍ରମଣ, ଏହି ଘଟଣାଟି ଘଟିଛି ରାଜଧାନୀ ଭୁବନେଶ୍ଵରରେ । ପୁଣି ସମ୍ବିଧାନର ୪ର୍ଥ ସ୍ତମ୍ବ ଉପରେ ପ୍ରହାର । ଆଜି କିଛି ଦୁର୍ବୁତଙ୍କ ଆକ୍ରମଣର ଶିକାର ହୋଇଛନ୍ତି ଏହି କାର୍ଯ୍ୟରତ ସାମ୍ବାଦିକ ଜଣକ । ସେ ହେଉଛନ୍ତି ଓଡିଆ ସାପ୍ତାହିକ news paperର ସମ୍ପାଦକ ବରୋଦା ପ୍ରସନ୍ନ ଶତପଥୀ । ସବୁବେଳେ ସତ୍ୟ ପ୍ରସାରଣରେ ବିଶ୍ଵାସ କରୁଥିବା ଏହି ସାମ୍ବାଦିକ ଜଣକ ଆଜି ଆକ୍ରମଣର ଶିକାର ହୋଇଛନ୍ତି । ସୁଚନାନୁଯାୟୀ , ଜନଗହଳି ପୂର୍ଣ PMG ଛକରୁ AG ଛକ ଅଭିମୁଖେ ସାମ୍ବାଦିକ ଜଣକ ଯାଉଥିବା ସମୟରେ , ୨ଜଣ ଯୁବକଙ୍କ ଆକ୍ରମଣର ଶିକାର ହୋଇଛନ୍ତି ଏହି କାର୍ଯ୍ୟରତ ସାମ୍ବାଦିକ ଜଣକ । ଜନଗହଳି ପୂର୍ଣ ରାଜରାସ୍ତରେ ପୁଣି କାଠ ଫାଳିଆରେ ମରଣାତକ ଆକ୍ରମଣ । ଅନ୍ୟମାନେ ଦେଖିଲେ ମଧ୍ୟ ଚୁପ । ସେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ପ୍ରାଥମିକ treatment ହେଲାପରେ ଥାନାରେ ଏଫଆଇଆର ଦେଇଥିବା ସୂଚନା ମିଳିଛି । ଆଜି ଆମ ଦେଶର ସମ୍ବିଧାନକୁ ପ୍ରତେକ ସନ୍ମାନ ଜଣାଇବା ପାଇଁ ବିଧି ଥିବାବେଳେ , ଏଠି ୪ର୍ଥ ସ୍ତମ୍ବ ଉପରେ ପ୍ରହାର । ସମ୍ବିଧାନର ଗୋଟିଏ ସ୍ତମ୍ବ ଯଦି ଦୁର୍ବଳ ହୋଇଯାଏ । ତେବେ ୩ଟି ସ୍ତମ୍ବ ସୁରକ୍ଷିତ ରହିବତ ? ରାଜ୍ୟର କୋଣ ଅନୁକୋଣରେ ପ୍ରତି ଦିନ ସାମ୍ବାଦିକଙ୍କ ଉପରେ ଆକ୍ରମଣର ଶୀର୍ଷକ ଖବର ଗଣମାଧ୍ୟମରେ ପ୍ରକାଶ ପାଉଛି । ସତ୍ୟକୁ ସମ୍ନାକୁ ଆଣୁଥିବା ଏହି ସାମ୍ବାଦିକ ମାନଙ୍କ ପାଇଁ ସରକାର ଯତ୍ନବାନ ହେବା ଦରକାର ବୋଲି ସାଧାରଣରେ ଚର୍ଚା ଜୋର ଧରିଛି । ଦେଖାଯାଉ ସାମ୍ବାଦିକ ଜଣକ ନ୍ୟାୟ ପାଇବେତ ? comissionerate ପୁଲିସ କେତେଦୂର ଆସାମୀଙ୍କୁ ଧରିବାରେ ସଫଳ ହେଉଛି ଦେଖିବାର ଅଛି । ଭୁବନେଶ୍ଵରରୁ ଦୀପକ ନାୟକଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More