କାର୍ଯ୍ୟରତ ସାମ୍ବାଦିକଙ୍କ ଊପରେ ମରଣାତକ ଆକ୍ରମଣ

16

Get real time updates directly on you device, subscribe now.

କନ୍ଧମାଳ ( ସଂଘର୍ଷ ମିଡିଆ ) : ପୁଣି ସମ୍ବିଧାନର ୪ର୍ଥ ସ୍ତମ୍ବ ଉପରେ ପ୍ରହାର । ଆଜି କନ୍ଧମାଳ ଜିଲା ରାଇକିଆ ବ୍ଲକରେ ଖବର ସଂଗ୍ରହ କରୁଥିବା ସମୟରେ ସରକାରୀ ବାବୁଙ୍କର ଆକ୍ରୋଶର ଶିକାର ହୋଇଛନ୍ତି ଏହି କାର୍ଯ୍ୟରତ ସାମ୍ବାଦିକ ଜଣକ । ସୂଚନାନୁଯାୟୀ ,ସଂଘର୍ଷ ମିଡିଆର କନ୍ଧମାଳ ଜିଲା ପ୍ରତିନିଧି ଗୁପ୍ତ ପ୍ରଧାନ ଆଜି ରାଇକିଆ ପଞ୍ଚାଯତ ଅଫିସରେ ପହଞ୍ଚି କିଛି ସଂବାଦ ସଂଗ୍ରହ ପାଇଁ ଯାଇଥିଲେ । ସେ ସମୟରେ କୌଣସି ସରକାରୀ ବାବୁ ସେଠାରେ ଉପସ୍ଥିତ ନଥିଲେ । ଏହି ସମୟରେ ଗୁପ୍ତ ପ୍ରଧାନ ଅଫିସର କିଛି ଭିଜୁଆଲ ନେଉଥିଲେ । ଏହି ସମୟରେ ସରକାରୀ ବାବୁ ଜଣକ ସେଠାରେ ପହଞ୍ଚି କଣପାଇଁ ରେକର୍ଡିଂ କରୁଛୁ କହି ଗୁପ୍ତ ପ୍ରଧାନଙ୍କ ଉପରେ ଆକ୍ରମଣ କରିଥିଲେ । ଆସନ୍ତୁ ଦେଖିବା ସରକାରୀ ବାବୁ ଜଣକ କିପରି କାର୍ଯ୍ୟରତ ସମ୍ବାଦିକଙ୍କୁ ଆକ୍ରମଣ କରୁଛନ୍ତି । ଆମ ରାଜ୍ୟରେ କନ୍ଧମାଳ ଏକ ଆଦିବାସୀ ଅଧ୍ୟୁଷିତ ଜିଲା । ସରକାର ବିକାଶ ନାମରେ ଡିଣ୍ଡିମ ପିଟୁଥିବାବେଳେ ଏ ଜିଲା ସବୁଥିରେ ପଛରେ । ସତେ ଏଠି ଯେପରି ଚାଲିଛି ବ୍ରିଟିଶ ରାଜ । ସରକାରୀ ବାବୁମାନଙ୍କ ଇଙ୍ଗିତରେ ଚାଲିଛି ଏଠି ପ୍ରତେକ କାର୍ଜ୍ଯାଳୟ । ଆମ ଦେଶର ସମ୍ବିଧାନକୁ ପ୍ରତେକ ସନମାନ ଜଣାଇବା ପାଇଁ ବିଧି ଥିବାବେଳେ , ଏଠି ୪ର୍ଥ ସ୍ତମ୍ବ ଉପରେ ପ୍ରହାର । ସମ୍ବିଧାନର ଗୋଟିଏ ସ୍ତମ୍ବ ଯଦି ଦୁର୍ବଳ ହୋଇଯାଏ । ତେବେ ୩ଟି ସ୍ତମ୍ବ ସୁରକ୍ଷିତ ରହିବତ ? ସରକାରୀ ବାବୁଙ୍କର ଏ ଗୁଣ୍ଡା ଗର୍ଦି ଚାଲିଛି କାହା ଇଙ୍ଗିତରେ ? ଗୁପ୍ତ ଏବେ ନ୍ୟାୟ ପାଇଁ ରାଇକିଆ ଥାନାର ଦ୍ବାରସ୍ତ ହୋଇଛନ୍ତି । ଦେଖା ଯାଉ ଗୁପ୍ତ ପ୍ରଧାନ ନ୍ୟାୟ ପାଇବେତ । ଯଦି ଗୁପ୍ତ ପ୍ରଧାନଙ୍କୁ ଠିକ ନ୍ୟାୟ ନଦିଆଯାଏ ଆଗାମୀ ଦିନରେ ଏକ ବିରାଟ ଆନ୍ଦୋଳନର ରୂପ ନେବ ବୋଲି କନ୍ଧମାଳ ଜିଲା କାର୍ଯ୍ୟରତ ସାମ୍ବାଦିକମାନେ ମତବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More