କରୋନା ଯୁଦ୍ଧରେ ହାରିଗଲେ ପିଇଓ

9

Get real time updates directly on you device, subscribe now.

ନୂଆପଡ଼ା/ସିନାପାଲି, ( ସଂଘର୍ଷ ମିଡିଆ ) : କରୋନା ସଂକ୍ରମିତ ହୋଇଥିବା ନୂଆପଡ଼ା ସିନାପାଲି ବ୍ଲକ୍ ଝାରବନ୍ଧ, କଇଁଟପଦର ପାଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା କୋଭିଡ ଯୋଦ୍ଧା ଗଜେନ୍ଦ୍ର ସାଗରିଆଙ୍କ ସୋମବାର ମୃତ୍ୟୁ ଘଟିଛି। ପ୍ରକାଶ ଯେ, ଶ୍ରୀ ସଗରିଆ ଦେଢ଼ମାସ ତଳେ କରୋନାରେ ସଂକ୍ରମିତ ହୋଇଥିଲେ। ତାଙ୍କୁ ପ୍ରଥମେ ନୂଆପଡ଼ା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଂକଟାପନ୍ନ
ହେବାରୁ ଭୁବନେଶ୍ୱରର କିସ୍‌ ସି ସେଠାରୁ ସମ ହସ୍ପିଟାଲକୁ ନିଆଯାଇଥିଲା। ସୋମବାର ସକାଳ ୧୦ଟାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସିନାପାଲି ବିଡିଓ ସଦାଶିବ ନାୟକ, ସରପଞ୍ଚ ସଂଘ ତଥା ବ୍ଳକ୍‌ର ଅଧିକାରୀମାନେ ଶୋକ ପ୍ରକାଶ କରିଛନ୍ତି। ଇତିମଧ୍ୟରେ ଜିଲ୍ଲାରେ ୪ ଜଣ କୋଭିତ୍ ଯୋଦ୍ଧାଙ୍କ ସହ ମୋଟ ୩୨ ଜଣଙ୍କ ମୃତ୍ୟୁ ହୋଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More