ଧାମରା ( ସଂଘର୍ଷ ମିଡିଆ ) : ଗୋଟିଏ ପକ୍ଷରେ ରାଜ୍ୟ ସରକାର କରୋନାକୁ ନେଇ ଭୟଭୀତ ହେବାର ନାହିଁ ବୋଲି ଘୋଷଣା କରିଥିବା ବେଳେ ଅନ୍ୟ ପକ୍ଷରେ କରୋନାକୁ ରାଜ୍ୟ ସରକାର ରାଜ୍ୟ ବିପତ୍ତି ଘୋଷଣା କରିଛନ୍ତି। ଏହାକୁ ନେଇ ରାଜ୍ୟର ଅଧିକାଂଶ ଜିଲାରେ ୧୪୪ ଧାରା ଜାରି କରାଯାଇଛି । ଅନ୍ୟ ପକ୍ଷରେ ଧାମରା ଅଞ୍ଚଳରେ କରୋନାକୁ ନେଇ ୮ପଞ୍ଚାୟତର ୮୦ହଜାର ଅଧିବାସୀ ଭୟଭୀତ ହୋଇ ପଡିଛନ୍ତି। ଏହାର ଏକମାତ୍ର କାରଣ ଧାମରାରେ ଥିବା ଆଦାନୀ ବନ୍ଦର। ଏହି ବନ୍ଦରରେ ଥିବା ଜିରୋ ପଏଣ୍ଟରେ ପ୍ରତିଦିନ ୧୫ରୁ ଅଧିକ ଜାହାଜ ଆସି ଲଙ୍ଗର କରି ରହିଥିବା ବେଳେ ଧାମରାରେ ଥିବା ବନ୍ଦରରେ ପ୍ରତିଦିନ ୩ରୁ ଅଧିକ ଜାହାଜ ଲୋଡିଂ ଏବଂ ଅନଲୋଡିଂ ହୋଇଥାଏ। ଏହି ଜାହାଜ ରେ ବାହାର ରାଷ୍ଟ୍ରରୁ ଆସୁଥିବା ଷ୍ଟାଫ ମାନଙ୍କୁ ନେଇ ସ୍ୱାସ୍ଥ୍ୟ ପରୀକ୍ଷା କରିବାର ନିୟମ ଥିଲେ ମଧ୍ୟ ତହାକୁ ବନ୍ଦର କର୍ତୁପକ୍ଷ ସୁଚାରୁ ରୂପେ ପାଳନ କରୁ ନଥିବା ଏକ ଅସମର୍ଥିତ ସୂତ୍ରରୁ ପ୍ରକାଶ। ଦୋସିଙ୍ଗା ପଞ୍ଚାୟତର କିଛି ଯୁବକ ଧାମରା ବନ୍ଦରକୁ ଆସୁଥିବା ବାହାର ରାଷ୍ଟ୍ରର ଜାହାଜକୁ ଅନୁମତି ଦିଆ ନଯାଉ ବୋଲି ଭଦ୍ରକ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କୁ ଲିଖିତ ଭାବରେ ଜଣାଇଥିଲେ ମଧ୍ୟ ତାହା କେବଳ ଫାଇଲ ତଳେ ରହି ଯାଇଛି ବୋଲି ସାଧାରଣରେ ଚର୍ଚା ଚାଲିଛି।