‘କରୋନା’ ପ୍ରତିକାର ପାଇଁ ଜ଼ିଲ୍ଲାରେ ଲାଗୁହେଲା ୧୪୪ ଧାରା

57

Get real time updates directly on you device, subscribe now.

ଭଦ୍ରକ ( ସଂଘର୍ଷ ମିଡିଆ ) : ସାରା ବିଶ୍ଵରେ କାୟା ବିସ୍ତାର କରିଥିବା ‘କରୋନା’ ସତର୍କତା ପାଇଁ ସରକାରଙ୍କ ନିର୍ଦ୍ଦେଶ ପରେ ତତ୍ପର ହୋଇ ଉଠିଛି ଭଦ୍ରକ ଜିଲ୍ଲା ପ୍ରଶାସନ ।ଏନେଇ ଆଜି ଜ଼ିଲ୍ଲା ରେ ସତର୍କତା ମୂଳକ ଭାବେ ୧୪୪ ଧାରା ଜାରି କରିଛି ଜ଼ିଲ୍ଲା ପ୍ରଶାସନ । ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଜାରିରହିବ ଯଦି ଆବଶ୍ୟକ ପଡେ ପରିସ୍ଥିତି ଦେଖି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜ଼ିଲ୍ଲାପାଳ କହିଛନ୍ତି । ପୂର୍ବରୁ ସମସ୍ତ ସ୍କୁଲ ଓ ଅଙ୍ଗନଓ୍ବାଡ଼ି କେନ୍ଦ୍ର ସହ ସମସ୍ତ ସିନେମା ହଲ୍ ଛୁଟି ଘୋଷଣା ପରେ ଆଜି ଆଉ ଏକ ବଡ଼ ପଦକ୍ଷେପ ନେଇଛି ଭଦ୍ରକ ପ୍ରଶାସନ . ଭଦ୍ରକ ଜିଲ୍ଲାର ସମସ୍ତ ବଡ଼ ବଡ଼ ସପିଙ୍ଗଂ ମଲ ଓ ଜିମ ସେଣ୍ଟରକୁ ଆସନ୍ତା ୩୧ ତାରିଖ ଯାଏ ବନ୍ଦ କରାଯାଇଛି । କେବଳ ଫୁଡ଼ ଆଇଟମ ଉପରେ ଏହାର ପ୍ରତିବନ୍ଧକ ଲଗାଯାଇ ନାହିଁ ।ଏହା ଛଡ଼ା ଜରୁରୀକାଳୀନ ସେବା ପାଇଁ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ସେପଟରେ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ କରୋନା ପାଇଁ ସ୍ୱତନ୍ତ୍ର ୱାଡ଼ ଖୋଲାଯିବା ସହ ୪ ଟି ବେଡ଼ ମଧ୍ୟ ରଖାଯାଇଛି. ଜିଲ୍ଲାର ମେଡିସିନ ଦୋକନାରେ ଅତ୍ୟାବଶ୍ୟକ ସାମଗ୍ରୀ କଳାବଜାରୀ ନେଇ ରେଡ଼ କରାଯିବ ସହ ପରିସ୍ଥିତି ଉପରେ ନଜର ରଖିଛନ୍ତି ବୋଲି କହିଛନ୍ତି ଜ଼ିଲ୍ଲାପାଳ । ଏନେଇ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ସଚେତନ ରଥକୁ ମଧ୍ୟ ଶୁଭାରମ୍ଭ କରାଯାଇଛି । ଆନ୍ୟ ପଟେ ଦେଖିବାକୁ ଗଲେ ପ୍ରଶାସନ ଭିଡକୁ ନିୟନ୍ତ୍ରଣ କରିବା ପାଇଁଁ କହୁଥିବା ବେଳେ ମେଡ଼ିକାଲ RTO office ଓ ଯାତ୍ରୀବାହୀ ବସ୍ ମାନଙ୍କରେ ପ୍ରବଳ ଭିଡ଼ ହେଉଥିବା ଦେଖିବାକୁ ମିଳୁଛି । ଏଥିପ୍ରତି କାହାରି ନଜର ନାହିଁ । ସରକାର ଲୋକମାନଙ୍କୁ ସ୍କାସ ପିନ୍ଧିବା ପାଇଁ କହୁଥିବା ବେଳେ ବଜାରରେ ଘୋର ଅଭାବ ଦେଖାଦେଇଛି । ଯେଉଁ ଦୋକାନରେ ମାସ୍କ ମିଳୁଛି ୧୦ ଟଙ୍କା ଜିନିଷକୁ ୫୦ ଟଙ୍କାରେ ବିକ୍ରୀ କରୁଛନ୍ତି । ଲୋକମାନେ କିଣିବାକୁ ବାଧ୍ୟ ହେଉଛନ୍ତି । ଏଥିପାଇଁ ପ୍ରଶାସନର କୈାଣସି କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳୁନଥିବା ବେଳେ ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More