କରୋନା ନେଲାଣି ୭୧୦୦ ଜୀବନ

20

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ବିଶ୍ବରେ କରୋନା ଭୂତାଣୁ ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା ୭୧୦୦ ଅତିକ୍ରମ କରିଛି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୮୨ହଜାର ହୋଇଛି। ଏଥିରୁ ଚୀନରେ ସର୍ବାଧିକ ୮୦ ହଜାର ୮୦୦ ସଂକ୍ରମିତ ହୋଇଥିବାବେଳେ ଇଟାଲୀରେ ୨୭, ୯୦୦ ସଂକ୍ରମିତ ହୋଇଛନ୍ତି। ଇତିମଧ୍ୟରେ ଭାରତରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ଏହା ୧୧୪ ରହିଥିବାବେଳେ ମଙ୍ଗଳବାର ଏହି ଆକ୍ରାନ୍ତଙ୍କ ସଂଖ୍ୟା ୧୩୭ରେ ପହଞ୍ଚିଛି। ଏଥିରେ ୨୨ ଜଣ ବିଦେଶୀ ନାଗରିକ ରହିଛନ୍ତି। ତେବେ ମଙ୍ଗଳବାର ପୁଣି ଜଣେ କରୋନା ଭୂତାଣୁ ସଂକ୍ରମଣରେ ମୃତ୍ୟୁବରଣ କରିଛନ୍ତି। ଫଳରେ ଭାରତରେ ମୋଟ ମୃତକଙ୍କ ସଂଖ୍ୟା ୩ରେ ପହଞ୍ଚିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More