କନ୍ଧମାଳ ଜିଲ୍ଲାର ଦଶମ ପରୀକ୍ଷାରେ ଟପର ମିନାକ୍ଷୀ ମଲିକଙ୍କ ପାଇଁ ବଢୁଛି ସହାୟତାର ହାତ

30

Get real time updates directly on you device, subscribe now.

କନ୍ଧମାଳ ( ସଂଘର୍ଷ ମିଡିଆ ) : କନ୍ଧମାଳ ଜିଲ୍ଲାର ଦଶମ ପରୀକ୍ଷାରେ ଟପର ହୋଇ ଥିବା ମିନାକ୍ଷୀ ମଲିକଙ୍କ ବଢୁଛି ସହାୟତାର ହାତ । ଆଧିବାସୀ ଚାଷୀ ପରିବାରରେ ଜନ୍ମ ହୋଇଥିବା ମିନାକ୍ଷୀ ପିଲାଟି ଦିନରୁ ମେଧାବୀ ପ୍ରତିଭା ଜଣାପଢିଥିଲା। ଗାଁ ସ୍କୁଲରେ ପାଠ ପଢିବା ବେଳେ ଅର୍ଥ ଅଭାବରୁ ବାପା ମା ତୁମୁଡିବନ୍ଧ ଜଲେଶପଟ୍ଟା ସ୍ତିତ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ଵାରା ପରିଚାଳିତ ସେବାଶ୍ରମରେ ଅଧ୍ୟୟନ କରୁଥିଲେ । ଚଳିତ ବର୍ଷ ଶିକ୍ଷାରେ ମେଟ୍ରିକ ପରୀକ୍ଷାରେ ସର୍ବ ମୋଟ ୬୦୦ରୁ ୫୫୬ ନମ୍ବର ରଖି ଟପର ହେଲେ । ଓ ଗରିବ ଆଦିବାସୀ ମାନଙ୍କର ପ୍ରେରଣା ଆଦର୍ଶ ଓ କନ୍ଧମାଳର ନାମ ରଖିବାରେ ସକ୍ଷମ ହେଲେ । ତେଣୁ ୨୧ତାରିଖ ଦିନ କୁଇ ଭାଷା ସାହିତ୍ୟ ଓ ସଂସ୍କୃତି ପରିଷଦ ଭୁବନେଶ୍ୱର ପକ୍ଷରୁ ସଭାପତି ଶ୍ରୀଯୁକ୍ତ ପ୍ରତାପ ପ୍ରଧାନ ଓ ସଦର୍ଶିୟ ପ୍ରଦୀପ କହଁରଙ୍କ ନେତୃତ୍ୱରେ ଏକ ଟିମ ମିନାକ୍ଷୀଙ୍କ ଘରେ ପଂହଁଚି ପୁଷ୍ପଗଛ ଦେବାସହ ଏକ ଲକ୍ଷ ଦଶହଜାର ଶହେ ଏକ ଟଙ୍କା ସହାୟତା କରିଛନ୍ତି । ଏଥିରେ ମିନାକ୍ଷୀଙ୍କ ବାପା ରାଜୀବ ମାଲିକ ଖୁସି ବ୍ୟକ୍ତି କରିବା ସହ ଅନୁଷ୍ଠାନଙ୍କୁ ଧନ୍ୟବାଦ ଜଣେଇଛନ୍ତି । ଏବଂ ମିନଖି ଆଗାମୀ ଦିନରେ ଅଧିକ ପରିଶ୍ରମ କରି ଭଲ ପାଠ ପଢି କନ୍ଧମାଳ ଜିଲ୍ଲା ସହ ଓଡ଼ିଶା ଓ ଭାରତର ନାମ ଗୌରବ ଭବିଷ୍ୟତରେ ବଢେଇବେ ବୋଲି କହିଛନ୍ତି । କନ୍ଧମାଳ ଜିଲ୍ଲାରୁ ଜିଲ୍ଲା ପ୍ରତିନିଧି ଗୁପ୍ତ ପ୍ରଧାନଙ୍କ ରିପୋର୍ଟ ସଂଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More