ଓକିଲ ସଂଘର ଜରୁରୀ କାଳୀନ ବୈଠକ ଅନୁଷ୍ଠିତ

17

Get real time updates directly on you device, subscribe now.

ନରସିଂହପୁର ( ସଂଘର୍ଷ ମିଡିଆ ) : ନରସିଂହପୁର ତହସିଲ କାର୍ଯ୍ୟାଳୟର କାର୍ଯ୍ୟନିର୍ବାହୀ ଅଦାଲତର ପେସ୍କାରଙ୍କୁ ତୁରନ୍ତ ତାଙ୍କ ଦାୟିତ୍ବରୁ ଅନ୍ୟ ଦାୟୀତ୍ଵ ଦେବାକୁ ନେଇ ନରସିଂହପୁର ଓକିଲ ସଂଘର ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଛି ।ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନରସିଂହପୁରରେ।ପେସ୍କାର ବାବୁ ଓକିଲ ମାନଙ୍କୁ ଅନେକ ସମୟରେ ଅଶାଳୀନ ବ୍ୟବହାର କରିଥାନ୍ତି । ତାହାର ପ୍ରତିବାଦ କରି ଓକିଲ ସଂଘର କର୍ମକର୍ତ୍ତା ଘଟଣା ଏବାଦରେ ନରସିଂହପୁର ତହସିଲଦାର ଆକାଶ ରଞ୍ଜନ ସାହୁଙ୍କୁ ପଚାରିବାରୁ ସେ ଓକିଲ ମାନଙ୍କୁ ସନ୍ତୋଷ ଜନକ ଉତ୍ତର ନଦେଇ ଥିବା ବେଳେ ଯଦି ପାରୁଛ ତେବେ ମୋତେ ଏହିଠାରୁ ଅନ୍ୟତ୍ର ସ୍ଥାନାନ୍ତର କରିଦିଅ। ଏହାକୁ ନେଇ ନରସିଂହପୁର ଓକିଲ ସଙ୍ଘ ତରଫରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଓକିଲ ସଂଘର ଏକ ବୈଠକ ଡକାଯାଇଥିଲା। ସଙ୍ଘର ନିଷ୍ପତ୍ତି କ୍ରମେ ଆଗାମୀ ସୋମବାର ୧୯ ରିଖ ସୁଦ୍ଧା ଯଦି ସମ୍ପୁକ୍ତ ପେସ୍କାରଙ୍କୁ ତାଙ୍କ ଦାୟିତ୍ୱରୁ ଅନ୍ତର କରାନଯାଏ ତେବେ ଆନ୍ଦୋଳନ କରାଯାଇ ନରସିଂହପୁର ତହସିଲ କାର୍ଯ୍ୟାଳୟକୁ ସମ୍ପୂର୍ଣ୍ଣ ଅଚଳ କରିଦିଆଯିବ ବୋଲି କହିଛନ୍ତି ନରସିଂହପୁର ଓକିଲ ସଂଘର ପୂର୍ବତନ ସଭାପତି ସରୋଜ କୁମାର ସାହୁ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More