ମୁମ୍ବାଇ ( ଏଜେନ୍ସି ) : ବଲିଉଡ଼୍ ଶାହେନଶାହା ଅମିତାଭ ବଚ୍ଚନଙ୍କ ବୋହୂ ତଥା ଅଭିନେତ୍ରୀ ଐଶ୍ବର୍ଯା ରାୟ ବଚ୍ଚନ ଓ ନାତୁଣୀ ଆରାଧ୍ୟାଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି । ଏହାପରେ ତାଙ୍କୁ ଡ଼ାକ୍ତରଖାନାରୁ ଘରକୁ ପଠାଇ ଦିଆଯାଇଛି । ଐଶ୍ବର୍ଯ୍ୟାଙ୍କ ସ୍ବାମୀ ତଥା ଅଭିନେତା ଅଭିଷେକ ବଚ୍ଚନ ଟ୍ବିଟରରେ ଏହି ସୂଚନା ଦେଇଛନ୍ତି ।