ଏମ୍‌କେସିଜି ମେଡିକାଲ କଲେଜରେ ଆଉ ଜଣେ କରୋନା ଆକ୍ରାନ୍ତ ରୋଗୀ ଭର୍ତ୍ତି

19

Get real time updates directly on you device, subscribe now.

ବ୍ରହ୍ମପୁର ( ସଂଘର୍ଷ ମିଡିଆ ) : ଏମ୍‌କେସିଜି ମେଡିକାଲ କଲେଜ ଓ ହସିପିଟାଲରେ ଆଉ ଜଣେ କରୋନା ସନ୍ଦିଗ୍ଧ ରୋଗୀ ସୋମବାର ଭର୍ତ୍ତି ହୋଇଛନ୍ତି। ଦିଗପହଣ୍ଡି ଅଞ୍ଚଳର ଏହି ୭୫ ବର୍ଷୀୟ ରୋଗୀ ଜଣକ ଗତ ମାସରେ ମାଉଣ୍ଟଆବୁ ଯାଇଥିଲେ। ସେଠାରେ ଥିବା ଏକ ଆଧ୍ୟାତ୍ମିକ ଶିବିରରେ ରହଣିକାଳରେ ତାଙ୍କୁ କାଶ ଓ ଜ୍ୱର ହୋଇଥିଲା। ସେଠାରୁ ସେ ୫ ଦିନ ତଳେ ଦିଗପହଣ୍ଡି ଫେରିଥିଲେ। ଆଉ ଏମକେସିଜିକୁ ଆସି ଚିକିତ୍ସିତ ହେଉଥିଲେ। ତେବେ ୪ ଦିନ ଚିକିତ୍ସା ପରେ ମଧ୍ୟ ବୃଦ୍ଧାଙ୍କ କାଶ ନଛାଡିବାରୁ ଏମକେସିଜିର ଡାକ୍ତରମାନେ ତାଙ୍କୁ କରୋନା ୱାର୍ଡରେ ଭର୍ତ୍ତି ପାଇଁ ପରାମର୍ଶ ଦେଇଛନ୍ତି। ଏହି ବୃଦ୍ଧା ଜଣଙ୍କୁ ମିଶାଇ ଏମକେସିଜିରେ ବର୍ତ୍ତମାନ ୪ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। 

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More