ଏବେ ବି ଚାଲିଛି କଙ୍ଗାରୁ କୋର୍ଟ, ପାଣିମାଗି ପିଇବାରୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ

12

Get real time updates directly on you device, subscribe now.

ଭଦ୍ରକ ( ସଂଘର୍ଷ ମିଡିଆ ) : ଏବେବି ଚାଲିଛି କଙ୍ଗାରୁ କୋର୍ଟ । ଏହା ପୁଣି କୈାଣସି ଉପାନ୍ତ ଅଂଚଳରେ ନୁହେଁ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ କଷିଆ ସାମୁଦ୍ରୀକ ଥାନା ଅଧିନ ସାନକୃଷ୍ନପୁର ଗ୍ରାମ ପଂଚାୟତର ଘଟଣା । ସରକାରଙ୍କ ଆଇନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମିଳିଥିବା ସୂଚନା ମୁତାବକ , ବାଣ୍ଠିଆ ମଣ୍ଡଳ(୬୦) ନିଜ ଧାନବିଲ ଜମିରେ କାମ କରୁଥିବା ବେଳେ ଖରାରେ ଶୋଷ ଲାଗିବାରୁ ପାଖ ପଡୋଶୀ ଘର ପାଖକୁ ଯାଇ ପାଣି ପିଇବାକୁ ମାଗିଥିଲେ । ଘର ସମ୍ମୁଖରେ ଠିଆହୋଇ ନାବାଳିକା ଝିଅକୁ ପିଇବା ପାଇଁ ପାଣି ମାଗିଥିଲେ । ପାଣି ପିଇବା ପରେ ନିଜ ଜମିକୁ ଆସି ପୁଣି କାମ କରିବା ପରେ ଘରକୁ ଫେରିଥିଲେ । ମାତ୍ର ଏହାପରେ ଆସିଥିଲା ଗୁରୁତର ଅଭିଯୋଗ ! ଘରେ କେହି ନଥିବା ବେଳେ ନାବାଳିକା ଝିଅକୁ ଟଣା ଓଟରା କରିଥିବା ଅଭିଯୋଗ କଲେ ଝିଅଘର । ବସିଲା କଙ୍ଗାରୁ କୋର୍ଟ । ଏହି କୋର୍ଟରେ ପୂର୍ବ ଯୋଜନା ମୁତାବକ ବାଣ୍ଠିଆକୁ ନେଇ ଜୋତାରେ ମାରିବା ପରେ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ ମାରିଥିଲେ । ଅଭିଯୋଗ କରିଛନ୍ତି ଘରେ କେହି ନଥିବା ସମୟରେ ଘରେ ପସି ଝିଅକୁ ଟଣା ଘୋଷଡା କରିଛି । ଏଥିପାଇଁ ଏକଲକ୍ଷ ଟଙ୍କା ଜୋରିମନା ଦେବ । ସୂଚନା ଯୋଗ୍ୟ, ବାଣ୍ଠିଆର ମାଆଙ୍କ ଦେହାନ୍ତ ହେବାର ୪ଦିନ ହୋଇଥିଲେହେଁ ଏପରି ଅବସ୍ଥାରେ ଏପ୍ରକାର ମିଥ୍ୟା ଅଭିଯୋଗର କେତେ ରହିଛି ସତ୍ୟତା ତାହା ତଦନ୍ତ ସାପେକ୍ଷ । ଏଠି ପ୍ରଶ୍ନ ଉଠୁଛି ଯଦି ଏପରି ଘଟଣା ଘଟିଛି ତେବେ ଝିଅ ଘରଲୋକ କାହିଁକି ଆଇନର ଦ୍ୱାରସ୍ଥ ନହୋଇ କଙ୍ଗାରୁ କୋର୍ଟ ବସାଇ ଆଇନକୁ ହାତକୁ ନେଲେ ? ନା ଏହା ପଛରେ ରହିଛି ଅନ୍ୟ କିଛି କାରଣ । ମହିଳା ସୁରକ୍ଷା ଆଇନ ଓ ମାନବାଧିକାର ଆଇନର ଉଲଂଘନ କରିଛି କିଏ ? ଏହାକୁ ନେଇ ଖବର ପାଇବା ପରେ ପୋଲିସ ପକ୍ଷରୁ ତଦନ୍ତ ଚଳାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More