ଏବେବି ଆରଡି ଓ ଆଖପାଖ ଅଞ୍ଚଳରେ ଲାଗି ରହିଛି ବନ୍ୟା ବୀଭିଷିକା

50

Get real time updates directly on you device, subscribe now.

ଭଦ୍ରକ( ସଂଘର୍ଷ ମିଡିଆ ) : ଭଦ୍ରକ ଜିଲାର ଆରଡି ଓ ଆଖପାଖ ଅଞ୍ଚଳରେ ବନ୍ୟା ବୀଭିଷିକା ଏବେବି ଲାଗି ରସିଛି । ଫଳରେ ଆରଡି, ନାନ୍ଦପୁର , ଓଳଗ, ସୁନ୍ଦରପୁର, ତେନ୍ତୁଲିଡିହ, ଘଟପୁର, ମାଧପୁର, ଭୂଇଁବୃତି ଆଦି ପଞ୍ଚାୟତରେ ପାଖାପାଖି ୨୧ଟି ଗାଁ ଜଳବନ୍ଦୀ ହୋଇ ରହିଥିବା ବେଳେ ୪୪ଗୋଟି ଗାଁ ପ୍ରବାଭିତ ହୋଇଛି । ବିଶେଷ କରି ମୁଆଁ, ସନ୍ତରା, ସିଙ୍ଗିପୂର,ସିତଳପୁର, ବାତୋଳ, ସାନପଙ୍କି, ଖଟୁଆପାଟଣା, ପାରିଡିଆ, ତଳଦୁମୁକା ଆଦି ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଛି । ବନ୍ୟା ଅଞ୍ଚଳରେ ପାନୀୟଜଳର ଉକ୍ତଟ ସମସ୍ୟା ଦେଖା ଦେଇଛି। ଶହଶହ ଗୃହପାଳିତ ପଶୁ ମଧ୍ୟ କ୍ଷେତକୁ ଯାଇନପାରି ଭୋକିଲା ପଡି ରହିଛନ୍ତି । ଏପରି ବହୁ ସ୍ଥାନରେ ନଳକୂପ ବୁଡି ଯାଇଥିବାରୁ ବିପନ୍ନମାନେ ପେଟେ ପାଣିରେ ପଶି ବହୁ ଦୁଧକୁ ଯାଇ ପାଣି ଆଣୁଛିନ୍ତି । ବର୍ତମାନ ସୁଧା ବିପନ୍ନଙ୍କ ପାଖରେ କୌଣସି ସରକାରୀ ସୁବିଧା ମିଳିନଥିବାରୁ ଅସନ୍ତୋଷ ବଢିବାରେ ଲାଗିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More