ଉପ ନିର୍ବାଚନରେ ଶିବ ପ୍ରସାଦ ଭୋଳ କେନ୍ଦ୍ରାପଡା ବ୍ଲକର ଅଧ୍ୟକ୍ଷ ଭାବେ ନିର୍ବାଚିତ

20

Get real time updates directly on you device, subscribe now.

କେନ୍ଦ୍ରାପଡ଼ା ( ସଂଘର୍ଷ ମିଡିଆ ) :: ପରାଜୟ ଆଶଙ୍କାରେ ୫ ଜଣ ସମିତି ସଦସ୍ୟଙ୍କୁ ଭୋଟ କେନ୍ଦ୍ରରେ ବିଳମ୍ବରେ ପହଞ୍ଚାଇ ସେମାନଙ୍କୁ ଭୋଟ୍ ଦାନରୁ ବିରତ କରାଇ କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ନିଜ ସପକ୍ଷରେ ବିଜୟୀ କରାଇଲେ ବିଧାୟକ ବୋଲି ଚର୍ଚ୍ଚା । ବ୍ଲକର ୨୬ ଜଣ ସଦସ୍ୟଙ୍କ ମଧ୍ୟରୁ ମାତ୍ର ୧୧ଟି ଭୋଟ ପାଇ ତାଙ୍କ ସମର୍ଥିତ ପ୍ରାର୍ଥୀ ଶିବପ୍ରସାଦ ଭଳ କେନ୍ଦ୍ରାପଡା ବ୍ଲକର ଅଧ୍ୟକ୍ଷ ନିର୍ବାଚିତ ହେଲେ । ଦଳିୟ ଶୃଙ୍ଖଳା ଭାଙ୍ଗି ବିଧାୟକଙ୍କ ସମର୍ଥିତ ପ୍ରାର୍ଥୀଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଥିବା ହେମନ୍ତ ବିଶ୍ବାଳଙ୍କୁ ବିଜେଡିରୁ ନିଲମ୍ବନ କରାଗଲା।କେନ୍ଦ୍ରାପଡା ବ୍ଲକର ଅଧ୍ୟକ୍ଷ ଅନାମବନ୍ଧୁ ଧଳଙ୍କ ଅକାଳ ବିୟୋଗ ପରେ କେନ୍ଦ୍ରାପଡା ବ୍ଲକରେ ଆଜି ଅଧ୍ୟକ୍ଷ ପଦବୀ ପାଇଁ ଉପନିର୍ବାଚନ ହୋଇଥିଲା । ଏହି ନିର୍ବାଚନରେ କେନ୍ଦ୍ରାପଡା ବିଧାୟକ ବିଜେଡିର ସମର୍ଥନ ପ୍ରାର୍ଥୀ ସମିତି ସଭ୍ୟ ଶିବପ୍ରସାଦ ଭଳଙ୍କ ମୁଣ୍ଡରେ ଶିରିପା ବାନ୍ଧିଥିଲେ । ଦିର୍ଘ ଏକ ମାସତଳୁ ଏହି ନିର୍ବାଚନ ପାଇଁ କସରତ ଆରମ୍ଭ ହୋଇଥିଲା । ବ୍ଲକର ୨୬ ଜଣ ସମିତି ସଦସ୍ୟ ଏହି ନିର୍ବାଚନରେ ଭାଗନେବାକୁ ଥିବାବେଳେ ୧୪ ଜଣ ସଦସ୍ୟଙ୍କ ସମର୍ଥନର ପ୍ରାର୍ଥୀଙ୍କ ବିଜୟ ପାଇଁ ମ୍ୟାଜିକ ନମ୍ବର ରହିଥିଲା । ବିଧାୟକଙ୍କ କୁଟନୈତିକ ଗୋଟିଚାଳନା ଯୋଗୁ ବ୍ଲକର ୧୪ ଜଣ ସଦସ୍ୟଙ୍କୁ ୨୦ ଦିନ ତଳୁ ଅଜ୍ଞାତ ବାସକୁ ନିଆଯାଇଥିଲା । ଏହାର ସୂତ୍ରଧର ରହିଥିଲେ ଶିବପ୍ରସାଦ ଓ ବିଧାୟକଙ୍କ ପୁଅ ଗୁଡୁ ।ଶିବପ୍ରସାଦଙ୍କୁ ବିଧାୟକଙ୍କ ସମର୍ଥନକୁ ଗ୍ରହଣ କରିପାରିନଥିଲେ ଦଳର ଅନ୍ୟ ତୁଙ୍ଗ ନେତାମାନେ । ବିଧାୟକଙ୍କ ସମର୍ଥିତ ପ୍ରାର୍ଥୀଙ୍କ ବିରୋଧରେ ଗୋଟିଚାଳନା କରିଥିଲେ ଦଳର ଅନ୍ୟ ଏକ ଗୋଷ୍ଠୀ । ବ୍ଲକରେ ୨୦ ଜଣ ସଦସ୍ୟ ଶାସକ ଦଳର ସମର୍ଥକ ମାନେ ଥିବାବେଳେ କଂଗ୍ରେସରୁ ୬ ଓ ବିଜେପିର ୨ ଜଣ ସମର୍ଥକ ଅଛନ୍ତି । ବିରୋଧି ୮ ସଦସ୍ୟଙ୍କ ମଧ୍ୟରୁ ୬ ଜଣଙ୍କୁ ନିଜ କବଜାକୁ ନେଇ ବିଜେଡିର ଏହି ଗୋଷ୍ଠୀ ଶିବପ୍ରସାଦଙ୍କ ପ୍ରାର୍ଥୀତ୍ବକୁ ଚ୍ୟାଲେଞ୍ଜ କରିଥିଲା । ଶିବଙ୍କ ବିରୋଧରେ ଭରତପୁର ପଞ୍ଚାୟତର ସମିତି ସଭ୍ୟ ହେମନ୍ତ ବିଶ୍ବାଳ ଅସନ୍ତୁଷ୍ଟଙ୍କ ପକ୍ଷରୁ ଆଜି ମନୋନୟନ ଦାଖଲ କରିଥିଲେ । ବିଧାୟକଙ୍କ କ୍ୟାମ୍ପରେ ସର୍ଜିକାଲ ଷ୍ଟ୍ରାଇକ୍ କରି କେତେକ ସଦସ୍ୟଙ୍କୁ ଏହି ଅସନ୍ତୁଷ୍ଟମାନେ ନିଜ ସପକ୍ଷକୁ ନେଇ ଆସିଥିଲେ ।ଅଜ୍ଞାତ ବାସରେ ରହିଥିବା ଏହି ୧୪ ଜଣ ସଦସ୍ୟ ମାନଙ୍କୁ ଆଜି ସକାଳୁ ଅଜ୍ଞାତବାସରୁ ଅଣାଜାଇ କେନ୍ଦ୍ରାପଡା ସହର ଉପକଣ୍ଠ ଦୁହୁରିଆ ଠାରେ ଥିବା ହାଡିବନ୍ଧୁ ବିହାରର ବିଧାୟକଙ୍କ ନିବାସରେ ରଖାଯାଇଥିଲା । ଏହି ୧୪ ଜଣଙ୍କ ମଧ୍ୟରୁ ପ୍ରଥମେ ୭ ଜଣଙ୍କୁ ବ୍ଲକର ଭୋଟ ଗ୍ରହଣ କେନ୍ଦ୍ରରେ ପହଞ୍ଚାଇ ଦିଆଯାଇଥିଲା । ପରେପରେ ଆଉ ଦୁଇଜଣଙ୍କୁ ଆଣି ପହଞ୍ଚାଇ ଦିଆଯାଇଥିଲା । ଏମାନଙ୍କ ମଧ୍ୟରୁ କେତେଜଣ କାହାକୁ ଭୋଟଦେଲେ ତାହା ଗୁପ୍ତ ଆକଳନ କରାଯାଇଥିଲା । ଶିବଙ୍କ ସପକ୍ଷରେ ୧୧ ଖଣ୍ଡ ଭୋଟ୍ ମିଳିଥିବା ଜଣାପଡିଥିଲା । ଅସନ୍ତୁଷ୍ଟଙ୍କ ସପକ୍ଷରେ ୧୦ ଖଣ୍ଡ ଭୋଟ ପଡିଥିବା
ଏକ ସ୍ପଷ୍ଟ ଆକଳନରୁ ଜଣାପଡିସାରିଥିଲା । ଏହି ଭୋଟ୍ ରେ ଶିବପ୍ରସାଦ ବିଜୟୀ ହୋଇଥିବା ଜଣାପଡିଥିଲା । ଅବଶିଷ୍ଟ ୫ ଜଣ ସଦସ୍ୟଙ୍କ ଭୋଟ ସମ୍ଭବତଃ ଅସନ୍ତୁଷ୍ଟଙ୍କ ଆଡେ ଚାଲିଯିବାର ଆଶଙ୍କା କରାଯାଇଥିଲା ।ତେଣୁ ଏହି ୫ ଜଣ ସଦସ୍ୟଙ୍କୁ ବିଧାୟକଙ୍କ ହାଡିବନ୍ଧୁ ବିହାର କ୍ୟାମ୍ପରୁ ବିଳମ୍ବରେ ନିଆଯାଇଥିଲା ଭୋଟ୍ ଦେବାକୁ । ବ୍ଲକର ଭୋଟ୍ ଗ୍ରହଣ କେନ୍ଦ୍ରରେ ଏମାନଙ୍କୁ ଏକ ସ୍ବତନ୍ତ୍ର ଗାଡିରେ ନିଆଯାଇ ପହଞ୍ଚିବା ବେଳକୁ ଗେଟ୍ ବନ୍ଦ ହୋଇଯାଇଥିଲା । ଫଳରେ ଭୋଟର କୁହାଯାଉଥିବା ଏହି ୫ ଜଣ ସଦସ୍ୟଙ୍କୁ ଭୋଟ ଦାନରୁ ଜାଣିଜାଣି ବଞ୍ଚିତ କରାଯାଇଥିଲା ବୋଲି କୁହାଯାଉଛି ।ମୋଟ୍ ୨୬ଜଣ ସଦସ୍ୟଙ୍କ ମଧ୍ୟରୁ ୨୧ ଜଣ ସଦସ୍ୟ ଭୋଟ ଦେବାର ସୁଯୋଗ ପାଇଥିଲେ । ଏହି ୨୧ ଜଣ ସଦସ୍ୟଙ୍କ ମଧ୍ୟରୁ ୧୧ ଜଣ ଶିବପ୍ରସାଦ ଭଳଙ୍କ ସପକ୍ଷରେ ଥିବାବେଳେ ପ୍ରତିଦ୍ବନ୍ଦ୍ବୀ ହେମନ୍ତ ବିଶ୍ବାଳଙ୍କ ସପକ୍ଷରେ ୯ଟି ଭୋଟ୍ ମିଳିଛି । ଗୋଟିଏ ଭୋଟ୍ ନାକଚ୍ ହୋଇଛି । ଶିବଙ୍କୁ ମିଳିଥିବା ୧୧ଟି ଭୋଟ୍ ମଧ୍ୟରୁ ୯ ଜଣ ବିଜେଡି ସମର୍ଥକ ଥିବା ବେଳେ ଦୁଇଜଣ କଂଗ୍ରେସରୁ ରହିଥିବା କୁହାଯାଉଛି । ସେହିପରି ହେମନ୍ତଙ୍କୁ ମିଳିଥିବା ୯ ଖଣ୍ଡ ଭୋଟ୍ ମଧ୍ୟରୁ କଂଗ୍ରେସ ସମର୍ଥନରୁ ୪ଖଣ୍ଡ , ବିଜେପି ସମର୍ଥନ ରୁ ୨ ଖଣ୍ଡ ଓ ବିଜେଡି ସମର୍ଥନରୁ ୩ ଖଣ୍ଡ ଭୋଟ୍ ମିଳିଥିବା ଆକଳନ କରୁଛନ୍ତି ରାଜନୈତିକ ବିଶାରଦମାନେ । ହୁଏତ ଭୋଟ ନଦେଇପାରିଥିବା ୫ ଜଣ ସଦସ୍ୟ ଭୋଟ୍ ଦେବାର ସୁଯୋଗ ପାଇଥିଲେ ଫଳ ପରିବର୍ତ୍ତନ ହୋଇଯାଇଥାନ୍ତା ବୋଲି ଆକଳନ କରାଯାଉଥିବା କୁହାଯାଇଛି।
କେନ୍ଦ୍ରାପଡ଼ା ରୁ ଭିକାରୀ ଚରଣ ରାଉତ ଙ୍କ ସହ ସୁନୀଲ ମହାପାତ୍ର ଙ୍କ ରିପୋର୍ଟ !!

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More